ଅନୁଗୋଳ: ଅନୁଗୋଳରେ ଛୁରାମାଡ଼ରେ ଜଣେ ମୃତ । ମୃତକ ହେଲେ ଅନୁଗୋଳ କାଙ୍ଗୁଲା ନୂଆଁସାହିର ଲଳିତ ସାହୁ (ଲିଟୁ) । ଛୁରା ମାଡ଼ କରିଥିବା ବ୍ୟକ୍ତି ଜଣକ ହେଲେ ସେହି ଗାଁର ଦୁଷ୍ମନ୍ତ ସାହୁ (ପିଣ୍ଟୁ ସାହୁ)। ସିଗାରେଟ ମାଗିବାକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଦୁଷ୍ମନ୍ତର ଗାଁରେ ଏକ ପାନ ଦୋକାନ ଅଛି । ଲିଟୁ ସେହି ଦୋକାନରୁ ଏକ ସିଗାରେଟ ବାକି ମାଗିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଷ୍ମନ୍ତ ଏକ ଛୁରା ସାହାଯ୍ୟରେ ଲିଟୁକୁ ଆକ୍ରମଣ କରିବାରୁ ଏଭଳି ଘଟଣା ଘଟିଛି । ଏବେ ଲିଟୁର ମୃତଦେହ ଅନଗୁଳ ମେଡିକାଲରେ ରହିଛି। ଅନୁଗୋଳ ସଦର ପୋଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଦୁଷ୍ମନ୍ତ ଏବେ ଫେରାର ରହିଛି।
Back to top button