ଓଡ଼ିଶା

ରାଜ୍ୟରେ ବଢୁଛି ଶୀତ , ୩ ରୁ ୫ ଡିଗ୍ରୀ ଯାଏ ଖସିଛି ପାରଦ

ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ପାରଦ କମିଛି । ଫଳରେ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ।  ଏହା ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଉତ୍ତର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ଆଜି ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ମାତ୍ର ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com