ଜାତୀୟ

ଦ୍ୱିପାଖିକ ବୈଠକରେ ଭାରତର ପ୍ରଶଂସା କଲେ ବାଇଡ଼େନ

ଟୋକିଓ:  ମୁଁ ଭାରତ ଓ ଆମେରିକାର ସହଭାଗିତାକୁ ଅଧିକରୁ ଅଧିକ ସୁଦୃଢ଼ କରିବାକୁ ଚାହେଁ।’ ‘ମୁଁ ବହୁତ ଖୁସି ‌‌ଯେ ଭାରତରେ ଟିକା ବିତରଣ ଓ ସ୍ବଚ୍ଛ ଶକ୍ତି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆମେରିକା ଚୁକ୍ତିବଦ୍ଧ। ଜାପାନର ଟୋକିଓଠାରେ ହେଉଥିବା କ୍ବାଡ୍ ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କାଳରେ ଏହିପରି କହିଛନ୍ତି । କେବଳ ସେତିକି ନୁହେଁ, ଇଣ୍ଡୋ-ଆମେରିକା ଭ୍ୟାକ୍ସନ୍ ଆକ୍ସନ ପ୍ରୋଗ୍ରାମକୁ ନବୀକରଣ କରିଥିବାରୁ ମଧ୍ୟ ମୁଁ ବେଶ୍ ଆନନ୍ଦିତ।’ ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧର କୁପ୍ରଭାବ ପୂରା ବିଶ୍ବରେ ପଡୁଥିବା ବେଳେ ଏଥିରୁ କିପରି ଆମେ ନିଜକୁ ଦୂରେଇ ରଖିପାରିବୁ ସେ ସଂପର୍କରେ ଆମେରିକା ସଦା ଭାରତର ପରାମର୍ଶ ନେବ ବୋଲି ବାଇଡେନ୍ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ତାାଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି କି କ୍ବାଡ୍ ଶ୍ବଳ୍ପ ସମୟ ମଧ୍ୟରେ ବିଶ୍ବ ମଞ୍ଚରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com