ଓଡ଼ିଶା
ବସ-ଟ୍ରକ୍ ମୁହାଁମୁହିଁ : ୭ ମୃତ, ୨୬ ଗୁରୁତର
ନୂଆଦିଲ୍ଲୀ: ଟ୍ରକ୍ ସହ ଧକ୍କା ହେଲା ବସ । ୭ ମୃତ । ୨୬ରୁ ଅଧିକ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ହୁବଲୀରେ । ଦୁର୍ଘଟଣା ପରେ ହୁବଲୀ ମୁଖ୍ୟ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।
ସୂଚନାନୁସାରେ, ଏକ ଯାତ୍ରୀବାହୀ ବସ କୋଲହାପୁରରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିଲା । ତେବେ ହୁବଲୀ ଉପକଣ୍ଠରେ ଏହା ଏକ ଟ୍ରକ୍(ଲରୀ) ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟ ଗାଡିରେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ୫ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏପରି ଭାବେ ୭ ଜଣ ପ୍ରାଣ ହରାଇଥିବା ବେଳେ ୨୬ ଜଣ ଗୁରୁତର ହୋଇଛନ୍ତି ।
7 dead, 26 injured in road accident in Karnataka’s Hubli
Read @ANI Story | https://t.co/G1JyKtT0eq#Karnataka #Hubli pic.twitter.com/zpjzWTcqIF
— ANI Digital (@ani_digital) May 24, 2022