ଓଡ଼ିଶା

ଜିଲ୍ଲା ପାଇଁ ଗୌରବ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରଥମ ଫୁଲବାଣୀ ଆଇଟିଡିଏ

ଫୁଲବାଣୀ()  ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲବାଣୀ ଆଇଟିଡିଏ ହାସଲ କରିଛି ପ୍ରଥମ ସ୍ଥାନ । ଚଳିତବର୍ଷ ଜିଲ୍ଲା ପାଇଁ ଆଣିଦେଇଛି ଗୌରବ । ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ଆଇଟିଡିଏ ଗଠିତ । ଏହି ୩ଟି ବ୍ଳକର ଆଦିବାସୀମାନଙ୍କ ଜିବନ ଜୀବିକା ରେ ଉନ୍ନତି ଆଣିବା ସହ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିପାରିଛି ।

ବିଭିନ୍ନ ଗ୍ରାମରେ ଥିବା ଗରୀବ ନାମ ମାତ୍ର ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ପଡିଆ ପଡିଥିବା ଜମିକୁ ମରାମତି କରିବାସହ ଚାଷ ପାଇଁ ମାଗଣାରେ ଉନ୍ନତ ଧରଣର ବିହନ ପ୍ରଦାନ, ପାଣି ପମ୍ପ ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତୀ ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରକାର ଧାନ ଓ ପନିପରିବା ଚାଷ ସମ୍ବନ୍ଧୀୟ ତାଲିମ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛି ।

ଏଥିସହ ମହିଳା ଏସଏଚଜି ଗଠନ କରି ଶତାଧିକ ଆଦିବାସୀ ମହିଳାଙ୍କୁ କୁକୁଡା, ମାଛ ଚାଷ, ଛେଳୀ ପାଳନ ପାଇଁ ପ୍ରୋସାହନ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ଏହି ଆଇଟିଡିଏକୁ ସରକାର ପୁରସ୍କୃତ କରାଯାଇଛି । ରାଜ୍ୟ ସରକାର ମାନପତ୍ର ସହ ପୁରସ୍କାର ରାଶି ବାବଦରେ ୧୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଆଇଟିଡିଏ ଅଧ୍ୟକ୍ଷ ।

ଡା. ବୁନ୍ଦା ଡି.ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଓ ଉଚିତ ମାର୍ଗଦର୍ଶନ ସାଙ୍ଗକୁ ପ୍ରକଳ୍ପ ପ୍ରଶାସକଙ୍କ କଠିନ ପରିଶ୍ରମ ଓ ଆଗ୍ରହ, ବିଶେଷକରି ସଠିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପୁରସ୍କାର ପାଇବାପରେ ପ୍ରକଳ୍ପ ପ୍ରଶାସକଙ୍କ ନିକଟକୁ ବିଭିନ୍ନ ସ୍ତରରୁ ଶୁଭେଛାର ସୁଅ ଛୁଟିଛି । ଜାଗ୍ରତ କନ୍ଧମାଳର ସଂପାଦକ ତଥା ବରୀଷ୍ଠ ଆଇନଜିବୀ ସତ୍ୟନାରାୟଣ ବେହେରା, ବରୀଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com