ଅନଗୁଳ: ଲୋକ ଲଜ୍ଜା ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ୧୭ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା । ନାବାଳିକା ଜଣଙ୍କ କେନ୍ଦୁଝର ଜିଲ୍ଲା ସରେଇ ଗ୍ରାମର ବୋଲି ଜଣାପଡିଛି । ତାଙ୍କର ମୃତଦେହ ଅନଗୁଳ ମେଡିକାଲରେ ପଡ଼ି ରହିଛି । ଘଟଣା ଅନୁସାରେ ନାବାଳିକା ଜଣକ ଘର ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ସରୋଜ ପ୍ରଧାନ ନାମକ ଜଣେ ଯୁବକ ସୁଯୋଗ ପାଇ ତାକୁ ଜଙ୍ଗଲରେ ଧର୍ଷଣ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ମାଆ।
ଏହି ଘଟଣାକୁ କିଛି ଲୋକ ଜାଣିବା ପରେ ନାବାଳିକା ଜଣକ ଘରେ ବିଷ ପିଇ ଦେଇଥିଲା । ପ୍ରଥମେ ତାକୁ ଖମାର ମେଡିକାଲ ଏବଂ ପରେ ଅନଗୁଳ ମେଡିକାଲ ଆଣିବା ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଝିଅର ମୁତ୍ୟୁପାଇଁ ସରୋଜ ହିଁ ଦାୟୀ ଏବଂ ତାକୁ ଦଣ୍ଡ ମିଳୁବୋଲି କୋହଭରା କଣ୍ଠରେ କହିଛନ୍ତି ନାବାଳିକାର ମା । ତେବେ ଅନଗୁଳ ପୋଲିସ ଅନଗୁଳ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Back to top button