ଓଡ଼ିଶା

ସଂକ୍ରମଣ ବଢ଼ୁଥିଲେ ବି ଲକଡ଼ାଉନ କି ସଟଡ଼ାଉନ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୬୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବାବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଭାବେ ୪୮୭୯ ଜଣ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଜଣ, ସୁନ୍ଦରଗଡରୁ ୧୨୧୯ଜଣ, କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଗତକିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥି ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

କିନ୍ତୁ ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଛୁ କି ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ। ଲକଡ଼ାଉନ କି ସଟଡ଼ାଉନ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com