Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଏକାଥରକେ ଫୁଟିଲା ୧୮ ବିରଳ ବ୍ରହ୍ମକମଳ

ରାୟଗଡ଼ା, ୦୧/୦୯/୨୦୨୨-  ଜଗନ୍ନାଥଙ୍କ ଅତି ପ୍ରିୟ ବ୍ରହ୍ମକମଳ ଫୁଲ ବିରଳ । ଏହି ଫୁଲ କେବଳ ହିମାଳୟରେ ଦେଖାଯାଉଥିବା ବେଳେ କାଁ ଭାଁ ଗ୍ରାମାଞ୍ଚଳ କିମ୍ବା ନର୍ସରୀଗୁଡିକରେ ଦେଖିବାକୁ ମିଳିଥାଏ । ମାତ୍ର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ଦଲାଇ ଘର ଲଗାଇଥିବା ଗଛରେ ଏକାବେଳେ ପ୍ରାୟ ୧୮ ଗୋଟି ଫୁଲ ଫୁଟିଛି ।

ବୁଧବାର ଗଣେଶ ଚତୁର୍ଥୀ ରାତିରେ ଏପରି ଦୃଶ୍ୟ ଦେଖିବା ପରେ ସମ୍ପୃକ୍ତ ପରିବାର ପକ୍ଷରୁ ଫୁଲଗୁଡିକୁ ବନ୍ଦାପନା କରାଯାଇଥିଲା । ଏହି ଖବର ପ୍ରଚାରିତ ହେବାପରେ ଏକାବେଳେ ଏତେ ଗୁଡିଏ ବ୍ରହ୍ମକମଳକୁ ଦେଖିବାପାଇଁ ତାଙ୍କ ବାଡିରେ ସ୍ଥାନୀୟ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି । ଏହି ଫୁଲ ରାତିରେ ଫୁଟି ସୁଗନ୍ଧ ପ୍ରଦାନ କରିବା ପରେ ସୂର୍ଯ୍ୟ ଉଦୟ ପୂର୍ବରୁ ମଉଳି ଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com