Breaking NewsFeaturedରାଜନୀତି

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କୁ କାହିଁକି ଚାଲେଞ୍ଜ୍ ଦେଲେ ଆକବରୁଦ୍ଦିନ ଓୱେସି

ତେଲଙ୍ଗାନାରେ ରେଭନ୍ଥ ରାଜ୍ । କଂଗ୍ରେସର ଏହି ଟାଣୁଆ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଗୃହରେ ଚାଲେଞ୍ଜ୍ ଦେଇଛନ୍ତି ଏଆଇଏମଆଇଏମ୍ ର ବରିଷ୍ଠ ବିଧାୟକ ଆକବରୁଦ୍ଦିନ ଓୱେସି । ତେବେ ଓୱେସି କାହିଁକି ଦେଲେ ଚାଲେଞ୍ଜ୍‌? କେଉଁ ଇସ୍ୟୁକୁ ନେଇ ଉଠିଲା ବିବାଦ? ଏଠାରେ କହିରଖୁଛୁ ଯେ ରେଭନ୍ଥ ଶପଥ ଗ୍ରହଣ କରିବା ପରେ ପରେ ସେହି ଓୱେସିଙ୍କୁ ହିଁ ପ୍ରେଟେମ୍ ସ୍ପିକର୍ ବା କାମଚଳା ବାଚସ୍ପତି ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏବେ ଅବଶ୍ୟ ବିଧିବଦ୍ଧ ଭାବେ ୫୯ ବର୍ଷୀୟ ବରିଷ୍ଠ କଂଗ୍ରେସ ନେତା ଗଡ୍ଡାମ ପ୍ରସାଦ କୁମାର ବାଚସ୍ପତି ରହିଛନ୍ତି । ତେବେ ସେ ଯାହାହେଉ, ଦିନ କେଇଟା ପରେ ଏମିତି କାହିଁକି ଉଠିଲା ଝଡ଼? ଆସନ୍ତୁ ସେ ଉପରେ ନଜର ପକାଇବା ।
ପ୍ରଥମେ ନଜର ପକାନ୍ତୁ ଗୃହରେ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି….

ରେଭନ୍ଥଙ୍କ କହିବା କଥା, ୫-୬ଥରର ବରିଷ୍ଠ ଏଆଇଏମଆଇଏମ୍ ବିଧାୟକ ଆକବରୁଦ୍ଦିନ ଓୱେସିଙ୍କୁ ସେ ଖୁବ୍ ସମ୍ମାନ ଜଣାନ୍ତି । ବରିଷ୍ଠତା ଓ ଅଭିଜ୍ଞତାକୁ ସମସ୍ତେ ସମ୍ମାନ ଦିଅନ୍ତି । ସେଥିପାଇଁ ତାଙ୍କୁ ପ୍ରୋଟେମ୍ ସ୍ପିକର୍ କରାଯାଇଥିଲା । ତେବେ ଗୃହରେ ସିନିଅର୍ ହୁଅନ୍ତୁ କି ଜୁନିଅର୍ ସମସ୍ତଙ୍କ ରହିଛି ସମ୍ମାନ ଅଧିକାର । ସମସ୍ତ ସଦସ୍ୟ ସମାନ ଭାବେ ସେମାନଙ୍କ ମତ ରଖିବାର ଅଧିକାର ରହିଛି । ସେପଟେ ଟିଆରଏସ୍ ବା ବିଆରଏସ ସହ ଏଆଇଏମଆଇଏମ୍ ମିଶି ୧୦ ବର୍ଷ ରାଜ୍ୟରେ ଶାସନ କରିସାରିଛନ୍ତି । କିନ୍ତୁ ଏବେ ମୁସଲମାନଙ୍କ ସ୍ୱର ଦବାଇ ଦିଆଯାଉଛି ବୋଲି ଓୱେସି ଯେଉଁ ଅଭିଯୋଗ କରୁଛନ୍ତି ତାହା ଅମୂଳକ । ଓୱେସି କଣ କେବଳ ମୁସଲମାନ ଭୋଟ୍ ପାଇ ବିଜୟୀ ହୋଇଛନ୍ତି କି? ତାଙ୍କୁ କଣ ହିନ୍ଦୁ ଭୋଟ୍ ମିଳିନି?
ଶୁଣନ୍ତୁ…

ଏଥିସହ ରେଭନ୍ଥ ଆହୁରି ଅଭିଯୋଗ କରିଛନ୍ତି ଯେ, ଆମେ ଆଝାରୁଦ୍ଦିନଙ୍କୁ ଗୁରୁତ୍ୱ ଦେଲୁ, ତାଙ୍କୁ କେମିତି ହରାଇବେ ଏମାନେ ଲାଗିପଡ଼ିଲେ । ସେହିପରି କାମାରେଡ୍ଡିରେ ବି ନିଜ ବର୍ଗର ପ୍ରାର୍ଥୀଙ୍କୁ ଏମାନେ ହରାଇବାକୁ ଲାଗିପଡ଼ଥିଲେ ।

ସେପଟେ ଏହି କଥାରେ ଚିହିଁକି ଉଠିଥିବା ଆକବରୁଦ୍ଦିନ ଓୱେସି ଏଆଇଏମଆଇଏମ୍‌କୁ ବିଜେପିର ବି-ଟିମ୍ ବୋଲି କାହିଁକି କୁହାଯାଉଛି ବୋଲି ଗର୍ଜନ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କୁ ଦେଇଥିଲେ ଗୃହ ଭିତରେ ଚାଲେଞ୍ଜ୍‌…
ନଜର ପକାନ୍ତୁ କଣ କହୁଛନ୍ତି

ସେ ଯାହା ହେଉ, ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ଓ ଏଆଇଏମଆଇଏମ୍‌ର ବରିଷ୍ଠ ନେତାଙ୍କ ଗୃହ ଭିତରେ ଲଢ଼େଇକୁ ନେଇ ଏବେ ତେଲଙ୍ଗାନା ରାଜନୀତି ପୂରା ଗରମାଗରମ ।

Related Articles

Back to top button
WP Twitter Auto Publish Powered By : XYZScripts.com