ଓଡ଼ିଶା

ପାର୍କିଂ ବେଳେ ହେଲ୍‌ପର ଉପରେ ଚଢିଗଲା ଟ୍ରକ, ଚାଲିଗଲା ରତିକାନ୍ତଙ୍କ ଜୀବନ

ଜଳେଶ୍ୱର: ଟ୍ରକ ଧକ୍କାରେ ହେଲ୍‌ପର ମୃତ୍ୟୁ । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦା ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ହେଲ୍‌ପର ଜଣଙ୍କ ରୁପ୍‌ସା ଥାନା ପୋଢାଡିହା ଗାଁର ରତିକାନ୍ତ ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ବାହାର୍ଦା ବଜାର ଠାରେ ଥିବା ଏକ ସିମେଣ୍ଟ ଗୋଦାମ ସମ୍ମୁଖରେ ଏକ ଟ୍ରକ ପାର୍କିଙ୍ଗ ହୋଉଥିଲା । ଠିକ୍‌ ଏହି ସମୟରେ ଟ୍ରକର ପଛରେ ଥିବା ହେଲ୍‌ପର ଉପରେ ପଛ ଚକା ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ  ହିଁ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଥିଲା । ସେପଟେ ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com