ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ବୁଧବାର ଦିନ ଧୁମ୍ଧାମରେ ନିଜର ୫୦ତମ ଜନ୍ମଦିନ ସେଲିବ୍ରେଟ୍ କରିଥିଲେ। ତାଙ୍କର ଏହି ଜନ୍ମ ଦିନ ପାର୍ଟିରେ ବଲିଉଡ୍ର ସମସ୍ତ ସେଲେବ୍ ନଜର ଆସିଥିଲେ । ବଡ ବଡ କଳାକାର ଠାରୁ ଆରମ୍ଭ କରି ଷ୍ଟାର କିଡ୍ ପର୍ଯ୍ୟନ୍ତ ସମସ୍ତେ ଗ୍ଲାମରସ୍ ଅନ୍ଦାଜରେ ଏଣ୍ଟ୍ରି କରିଥିଲେ । ନିକଟରେ କାନ୍ସରୁ ଫେରିଥିବା ଐଶ୍ବର୍ଯ୍ୟା ମଧ୍ୟ ଅଭିଷେକ୍ଙ୍କ ସହ ମଧ୍ୟ ପାର୍ଟିରେ ନଜର ଆସିଥିଲେ।

ଅଭିଷେକ୍ ଓ ଐଶ୍ବର୍ଯ୍ୟା ଖୁବ୍ ଗ୍ଲାମରସ୍ ଓ ଷ୍ଟନିଂ ଦେଖାଯାଉଥିଲେ। ଦୁଇ ଜଣଙ୍କ ଆଉଟ୍ଫିଟ୍ରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ସୁନ୍ଦର ଲାଗୁଥିଲା। ଐଶ୍ବର୍ଯ୍ୟା ଗୋଲ୍ଡେନ୍ କଲର ଗାଉନ୍ରେ ଏକ କଳାର ବ୍ଲେଜରରେ ପିନ୍ଧିଥିବାବେଳେ ଅଭିଷେକ୍ ମଧ୍ୟ କଳା ସୁଟ୍ ପିନ୍ଧିଛନ୍ତି। ଏହି ସମୟରେ ସଲମାନ ଖାନ୍ ମଧ୍ୟ ପାର୍ଟିରେ ଦବଙ୍ଗ ଷ୍ଟାଇଲ୍ରେ ଏଣ୍ଟ୍ରି କରିଥିଲେ। ସଲମାନ ମଧ୍ୟ କଳା ଟି ସାର୍ଟ ସହ ଜିନ୍ସରେ ନଜର ଆସିଛନ୍ତି । ଗୋଟିଏ ପାର୍ଟିରେ ଗୋଟିଏ ଛାତ ତଳେ ତିନି ଜଣଙ୍କୁ ଦେଖିବାକୁ ମିଳିଥିଲା।

ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାହିଁକି ନା ଯେଉଁଠି ଐଶ୍ଵର୍ଯ୍ୟା ଅଛନ୍ତି ସେଠାରେ ସଲମାନ ମଧ୍ୟ ଅଛନ୍ତି। ବହୁ ବର୍ଷ ପରେ ଉଭୟଙ୍କ ଅତୀତ ପୁଣି ଥରେ ସାମ୍ନାକୁ ଆସିଛି।

ଫଟୋ ବର୍ତ୍ତମାନ ସୋସିଆଲ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସମାନେ ଦେଖି ଖୁବ୍ କମେଣ୍ଟ କରି କହିଛନ୍ତି କି- ସଲମାନ ଭାଇ ଆସିଛନ୍ତି, ଅନ୍ୟ ଜଣେ କହିଛନ୍ତି କି- ପଳାଅ ଜଲଦି ସଲମାନ ଭାଇ ଅଛନ୍ତି । ଆଉ ଜଣେ ଲେଖିଛନ୍ତି ବହୁତ ଦିନ ପରେ ଦେଖିବାକୁ ପଡିବ ଭାଙ୍ଗି ଯାଇଥିବା ପ୍ରେମକୁ ।
Back to top button