ନୂଆଦିଲ୍ଲୀ: ସୁପ୍ରିମ୍ କୋେର୍ଟ କଲିଜିୟମ୍ ସୁପାରିସ କ୍ରମେ ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି ଲାଗି ଆଦେଶ ଦିଆଯାଇଛି। , ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କାଲ୍କାଟା ହାଇକୋର୍ଟକୁ ,ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ ବଦଳି ହେବେ। ସେହିପରି, ତ୍ରିପୁରା ହାଇକୋର୍ଟରୁ ବିଚାରପତି ସୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ, ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗକୁମ୍ ଜମିର୍ ଗୌ ହାଟି ହାଇକୋର୍ଟ, ଜମ୍ମୁ ଓ କଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍ କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି।
Back to top button