ଜାତୀୟ

ମଙ୍କିପକ୍ସ ପାଇଁ ନୂଆ RT-PCR କିଟ୍‌, ଟିଭିଟ୍ରୋନ୍ ହେଲ୍‌ଥ କେୟାର ରିସର୍ଚ୍ଚ ଆଣ୍ଡ ଡ଼େଭଲପମେଣ୍ଟ ଟିମ୍ କରିଛି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତର ଏକ ପ୍ରମୁଖ କମ୍ପାନୀ ମଙ୍କିପକ୍ସର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି । ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍ ରିପୋର୍ଟ ଦେଉଥିବା RT-PCR କିଟ୍ ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ । ରିପୋର୍ଟ ଅନୁସାରେ ଟ୍ରିଭିଟ୍ରୋନ୍ ହେଲଥ୍ କେୟାରର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଟିମ୍ ଏହି RT-PCR କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ସବୁ ରଙ୍ଗରେ ଏକ ସ୍ବତନ୍ତ୍ର ଫ୍ଲେଭର ବ୍ୟବହାର କରାଯାଇଛି । କମ୍ପାନୀ ଅନୁସାରେ ସିଙ୍ଗଲ ଟ୍ୟୁବ୍‌ରେ ସ୍ବାବ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା କରାଯିବ । ଏଥିରେ ଚିକେନପକ୍ସ ଏବଂ ମଙ୍କିପକ୍ସ ସମ୍ପର୍କରେ ସହଜରେ ପତ୍ତା ଲଗାଯାଇପାରିବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ ଘଣ୍ଟା ସମୟ ଲାଗିବ । ସରକାରଙ୍କ ଚିନ୍ତା ବଢାଇଛି ମଙ୍କିପକ୍ସ । ଆଇସିଏମଆର କହିଛି ଯେ, ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com