ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷିତ, ଡ. ସମ୍ବିତ ପାତ୍ର ଦ୍ୱିତୀୟ ଥର ରାଜ୍ୟସଭା ପାଇଁ ମନୋନିତ

ଭୁବନେଶ୍ୱର: ଓଡ଼ିଶାରୁ ରାଜ୍ୟସଭା ଆସନ ପାଇଁ ୪ ଜଣିଆ ପ୍ରାର୍ଥିତାଲିକା ଘୋଷଣା କରିଛି ଶାସକ ବିଜୁ ଜନତା ଦଳ । ଏଥିରେ ଅଛନ୍ତି ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ଏହି ୪ ଦଳୀୟ ନେତାଙ୍କ ଉପରେ ଆସ୍ଥା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଠାରେ ଗୁରୁତ୍ବପୂର୍ଣ୍ଣ ଯେ ବିଜେଡି ଦ୍ବିତୀୟ ପାଳି ପାଇଁ ଡ. ସସ୍ମିତ ପାତ୍ରଙ୍କୁ ପ୍ରାର୍ଥିତ୍ବ ପ୍ରଦାନ କରିଛି । ମାନସ ମଙ୍ଗରାଜ, ଓଡ଼ିଶାର ବିଜଡି ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାର ଗୁରୁ ଦାୟିତ୍ବ ତୁଲାଉଛନ୍ତି । ସେହିପରି ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଛନ୍ତି ସୁଲତା ଦେଓ, ସେପଟେ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ, ସସ୍ମିତ ପାତ୍ରଙ୍କ କାର‌୍ୟ୍ୟକାଳ ଶେଷ ହେବା ଓ ସୁବାସ ସିଂ କଟକ ମେୟର ହେବା ପରେ ସାଂସଦ ପଦ ଛାଡ଼ିଥିବାରୁ ଏହି ୪ଟି ଆଶନ ଖାଲିପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com