ଓଡ଼ିଶା

ଜମି ବାଡି ବିବାଦକୁ କେନ୍ଦ୍ରକରି ଦୁଇଭାଇଙ୍କ ଆକ୍ରମଣରେ ସାନଭାଇ ଓ ଭାଇ ବୋହୁ ଗୁରୁତର

ଆନନ୍ଦପୁର: ଘଷିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡିକୁ କେନ୍ଦ୍ରକରି ବଡ ଦୁଇଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଆହତ ସାନଭାଇ ଅମର ପାତ୍ର ଓ ସ୍ତ୍ରୀ କାନ୍ଦିରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଜାୟା, ଗାଁର କଷ୍ଟିଆ ପାତ୍ରର ତିନିପୁଅ କୁଳମଣି, ଉମାକାନ୍ତ ଓ ଅମର ।

ସାନଭାଇ ଅମରକୁ ବଡ ଦୁଇଭାଇ କୂଳମଣି ଓ ଉମାକାନ୍ତ ଜମିବାଡରୁ କୌଣସି ଭାଗ ଦେଉନାହାଁନ୍ତି । ଏଥିଲାଗି ସେ ନିଜ ଘର ଛାଡି ଅନ୍ୟତ୍ର ରହୁଥିଲେ । ତେବେ ବଡବାପାଙ୍କ ମୃତ୍ୟୁ ଯୋଗୁଁ ଭାଇମାନେ ସାନ ଭାଇ ଅମରକୁ ଶୁଦ୍ଧିକ୍ରିୟା ପାଇଁ ଡାକିଥିଲେ । ମାତ୍ର ଅମରକୁ କୈଣସି କାମରେ ନପଚାରିବାରୁ ବଡବାପାଙ୍କ ଦଶାହରେ ସେ ତୁଠରେ ଅଲଗା ଗାଧୋଇ ସୁଦ୍ଧି ହୋଇଥିଲେ ।

ଏହି କାରଣକୁ କେନ୍ଦ୍ରକରି ଗତକାଲି ଅମରଙ୍କୁ ବଡ ଦୁଇଭାଇ ଧମକାଇଥିବାବେଳେ ଆଜି ଠେଙ୍ଗା ଓ ଲୁହାରଡ ଧରି ଆକ୍ରମଣ କରିଥିଲେ । ଏହି ସମୟରେ ସ୍ତ୍ରୀ ଛଡାଇବାରୁ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଛନ୍ତିି । ପୁରା ଘଟଣାରେ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com