ଅନ୍ୟାନ୍ୟ

ଭୁଶୁଡିଲା କୋଠା, ୩ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ; ୦୯/୦୯ ଦିଲ୍ଲୀରେ ଭାଙ୍ଗିଲା ନିର୍ମାଣଧୀନ କୋଠା । ଦିଲ୍ଲୀ ଆଜାଦ ମାର୍କେଟରେ ଥିବା ଏକ ନିର୍ମାଣାଧୀନ କୋଠା ଆଜି ସକାଳୁ ଭୁଶୁଡ଼ି ପଡ଼ିଛି । ବିଲ୍ଡିିଂ ଭୁଶୁଡ଼ି ପଡ଼ିବା ଯୋଗୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ଡିଂଟି ନିର୍ମାଣାଧୀନ ଚାଲିଥିବାରୁ ସେଠାରେ ଅନେକ ଶ୍ରମିକ କାର୍ଯ୍ୟ କରୁଥିଲେ । ଏବେ ବି ଅନେକ ଲୋକ ସେଠାରେ ଫଶି ରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com