ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ କୁହାଯାଇଛି। ପର୍ୟ୍ୟଟକଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଦେବାକୁ ବି ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଥାନା ଅଧିକାରୀ ହୋଟେଲ ମାଲିକମାନଙ୍କର ଏକ ହ୍ବାଟସଅପ୍ ଗ୍ରୁପ୍ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ପର୍ୟ୍ୟଟକମାନଙ୍କ ଲାଗି ଏକ ହେଲ୍ପ ଲାଇନ୍ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି ଏବଂ ଏହା ପ୍ରତି ହୋଟେଲ, ଲଜର ରିସେପସନ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ। ସିଟି ଡିଏସପି ଜେ ଏନ୍ ପାଢ଼ୀ ପର୍ୟ୍ୟଟକମାନଙ୍କ ସମସ୍ୟାସମ୍ବଳିତ ପ୍ରସଙ୍ଗ ଲାଗି ନୋଡାଲ୍ ଅଧିକାରୀ ଭାବେ କାର୍ୟ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଛି।
Back to top button