ଜାତୀୟମନୋରଞ୍ଜନ

ଝିଅ ନାଇସା ଓ ପୁଅ ୟୁଗ ସହ ଛୁଟିରେ ବାହାରିଲେ କାଜୋଲ୍, ଫ୍ୟାନ୍ସ କହିଲେ କୁଆଡେ ଗଲେ ଅଜୟ ?

ମୁମ୍ୱାଇ: ଅଭିନେତ୍ରୀ କାଜୋଲ ନିଜ ପାରିବାରିକ ସମ୍ପର୍କକୁ ନେଇ ସର୍ବଦା ପୋଜେସିଭ । ନିଜ ପିଲାମାନଙ୍କୁ ସେ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ବୁଲାଇନେବାକୁ ପସନ୍ଦ କରନ୍ତି । ଏହି ଅବସରରେ ସୋମବାର ରାତିରେ କାଜୋଲ ତାଙ୍କ ପିଲା ନାଇସା ଏବଂ ୟୁଗଙ୍କ ସହ ବିମାନବନ୍ଦରରେ ନଜର ଆସିଥିଲେ ।

ଖବର ଅନୁଯାୟୀ, ସେ ନିଜ ପିଲାମାନଙ୍କ ସହିତ ବିଦେଶ ଯାଉଥିଲେ । ହେଲେ ତାଙ୍କ ସ୍ୱାମୀ ଅଜୟ ଦେବଗନ୍ ନଥିଲେ । ଫଳରେ ଗଣମାଧ୍ୟମର ଚର୍ଚ୍ଚାର ଶିକାର ହୋଇଥିଲେ । ପାପାରାଜି ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ, କାଜୋଲ ଓ ତାଙ୍କ ପିଲା ଗଣମାଧ୍ୟମ ପାଇଁ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଭିଡିଓରେ, ୟୁଗ୍ ଅଧା ନିଦରେ ଥିବା ଜମାପଡୁଛି । ଯେହେତୁ ରାତି ବହୁତ ତ ସେଥିପାଇଁ ବୋଧହୁଏ ଗାଡିରେ ଶୋଇପଡିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

ତେବେ ତାଙ୍କ ସହିତ ଅଜୟ ଦେବଗନ୍ ନଥିଲେ । ଫଲରେ ଲୋକେ ତାଙ୍କୁ ପ୍ରଶ୍ନ ପଚାରିବାରେ ବ୍ୟସ୍ତ ଅଛନ୍ତି । କୁଆଡେ ଗଲେ ଅଜୟ ଦେବଗନ । ଜଣେ ପ୍ରଶଂସକ ଲେଖିଛନ୍ତି, ଅଜୟ ସାର୍ କେଉଁଠି ? ଜଣେ ଲେଖିଛନ୍ତି, ଏହା ଏକ ସକାଳର ବିମାନ । ପିଲାଙ୍କୁ ନିଦଲାଗୁଛି ଏବଂ ଥଣ୍ଡା ଅନୁଭବ କରୁଛନ୍ତି, ଶୋଇବା ଅବସ୍ଥାରେ ଅଛି । ଏହିପରି ଅନେକ ମନ୍ତବ୍ୟ ଦେଖିବାକୁ ମିଳିଥିଲା । ​​

Related Articles

Back to top button
WP Twitter Auto Publish Powered By : XYZScripts.com