କ୍ରୀଡ଼ା
Asia Cup 2022: ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର କମାଲ, ଜାପାନକୁ ହରାଇ ଜିତିଲା କାଂସ୍ୟ ପଦକ
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର କମାଲ। ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ଵାଧୀନ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି। ବୁଧବାର ଜାକାର୍ତ୍ତାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ଜାପାନକୁ ୧-୦ରେ ହରାଇ ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ମ୍ୟାଚ୍ରେ ଏକ ମାତ୍ର ଗୋଲ୍ ରାଜ କୁମାର ପାଲ୍ ସପ୍ତମ ମିନିଟରେ ଦେଇଛନ୍ତି।
ଖାସ୍ କଥା ଜାପାନକୁ ମୁକାବିଲାରେ ସାତୋଟି ପେନାଲଟି କର୍ଣ୍ଣର ମିଳିଥିଲା, ମାତ୍ର ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍ ଇଣ୍ଡିଆ ବିରୋଧୀ ଦଳକୁ ଗୋଲ୍ ହେବାକୁ ଦେଇନଥିଲା। ଅନ୍ତିମ ମିନିଟରେ ଭାରତ ୧୦ ଜଣ ଖେଳାଳିଙ୍କୁ ଖେଳିଥିଲା। ଏହା ସତ୍ତ୍ଵେ ବି ଜାପାନ ଗୋଲ୍ ଦେବାରେ ସଫଳ ହୋଇ ପାରିନଥିଲା। ଭାରତ ପ୍ରଥମ କ୍ଵାର୍ଟରରୁ ହିଁ ଅଗ୍ରଣୀ ହାସଲ କରିଥିଲା। ରାଜକୁମାର ପାଲ୍ ସପ୍ତମ ମିନିଟରେ ଦେଇଥିବା ଗୋଲ୍କୁ ଭାରତ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା। ଏସିଆ କପରେ ଭାରତର ଏହା ଦ୍ଵିତୀୟ କାଂସ୍ୟ ପଦକ।
End of Q3. Indian defense gives a tough time to Japanese forwards. The last 15 minutes left for Japan to come back or give it away to the MEN in BLUE!💙
IND 1-0 JPN#IndiaKaGame #HockeyIndia #HeroAsiaCup #INDvsJPN #BronzeMedal @CMO_Odisha @sports_odisha @IndiaSports @Media_SAI
— Hockey India (@TheHockeyIndia) June 1, 2022