ଅନ୍ତର୍ଜାତୀୟଜାତୀୟ

ଆଠ ପିଲାର ମାଆ, ଫିଟ୍‌ନେସ୍‌ ଦେଖିଲେ ହୋଇଯିବେ ତାଜୁବ୍‌

ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ଲୋକମାନେ ସେମାନଙ୍କର ଖାଦ୍ୟ, ପାନୀୟ ପ୍ରତି ସଚେତନ ରହୁ ନାହାନ୍ତି। ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍‌ ଖାଇ ସ୍ବାସ୍ଥ୍ୟ ଖରାପ କରୁଛନ୍ତି। ଲୋକମାନେ ପୂର୍ବ ଅପେକ୍ଷା ଶାରୀରିକ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି । ଚାକିରି ହେତୁ ଲୋକମାନେ ନିଜକୁ ଭୁଲି ଯାଉଛନ୍ତି। ଏହି ସମୟରେ, ଆମ ସମାଜରେ ଏପରି କିଛି ଲୋକ ମଧ୍ୟ ଉପସ୍ଥିତ, ଯେଉଁମାନେ ଫିଟ୍‌ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏହା ସହ ଫିଟନେସ୍ କ୍ଷେତ୍ରରେ ନୂଆ ପରିଚୟ ହାସଲ କରୁଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି । ଯାହାଙ୍କୁ ଦେଖିଲେ ଲାଗୁ ନାହିଁ ସେ ୮ ପିଲାର ମାଆ। ଯିଏ ୧୨ ବର୍ଷରେ ପ୍ରତିବର୍ଷ ଗର୍ଭଧାରଣ କରୁଥିଲେ। ଏହି ମହିଳା ୯ଟି ସନ୍ତାନ ଜନ୍ମ କରିଥିଲେ, କିନ୍ତୁ ଗୋଟିଏ ସନ୍ତାନ ମରିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ହେଉଛି କୋରା ଡ୍ୟୁକ୍ । ତାଙ୍କ ବୟସ ୩୮ ବର୍ଷ ଏବଂ ସେ ଆମେରିକାର ବାସିନ୍ଦା । ୨୦୦୦ ମସିହାରେ ୧୬ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ ।ମହିଳା ଜଣକ କହିଛନ୍ତି ଯେ ସେ ୧୬ବର୍ଷ ବୟସରେ ପ୍ରଥମ ଥର ପାଇଁ ମା ହୋଇଥିଲେ।

 

View this post on Instagram

 

A post shared by Ms Kora 🇮🇳 (@mzkora)

୮ଟି ସନ୍ତାନର ଏହି ମାଆ ଏକ ଭିଡିଓ ସେୟାର କରିଛନ୍ତି। ଯାହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖିବାକୁ ମିଳିଛି ପ୍ରଥମେ ମହିଳା ଜଣଙ୍କ ଛିଡା ହୋଇଛନ୍ତି । ପରେ ୮ ଜଣ ପିଲାଙ୍କୁ ଦେଖାଇଛନ୍ତି । ସେମାନଙ୍କର ବୟସ ୯ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ରହିଛି । ଅନେକ ଲୋକ ମହିଳାଙ୍କ ଏହି ଭିଡିଓ ଦେଖି ପ୍ରଶଂସା କରୁଛନ୍ତି । ଏହାକୁ ନେଇ ସେ କହିଛନ୍ତି କି ଆଜି ବି ସେ ବିଶ୍ୱାସ କରି ପାରନ୍ତି ନାହିଁ ଯେ ଏମାନେ ତାଙ୍କର ସନ୍ତାନ ବୋଲି।

Related Articles

Back to top button
WP Twitter Auto Publish Powered By : XYZScripts.com