Featuredଜାତୀୟରାଜନୀତି

ନୋଟ୍ ଉପରେ ଲଗାଯାଉ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କ ଫଟୋ: କେଜ୍ରିଓ୍ଵାଲ

ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଏବଂ ଗଣେଶଙ୍କ ଛବି। ଏମିତି ଦାବି କରିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ। ସେ ଅର୍ଥବ୍ୟବସ୍ଥାର ଉନ୍ନତ ସ୍ଥିତି ଏବଂ ଦେଶକୁ ବିକଶିତ କରିବା ଲାଗି ଦେବୀ-ଦେବତାଙ୍କ ଆଶୀର୍ବାଦର ଆବଶ୍ୟକତା ଥିବା ଦର୍ଶାଇ ଏମିତି ଦାବି କରିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ନୋଟର ଗୋଟିଏ ପାର୍ଶ୍ଵରେ ଗାନ୍ଧୀ ଜୀଙ୍କ ଫଟୋ ରହୁ ଏବଂ ଅନ୍ୟ ପାର୍ଶ୍ଵରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରହୁ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବେ।

ଅରବିନ୍ଦ କେଜ୍ରିଓ୍ଵାଲ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୀପାବଳି ରାତିରେ ପୂଜା କରିବା ସମୟରେ ତାଙ୍କ ମନରେ ଏହି ବିଚାର ଆସିଥିଲା। ଏ ବିଷୟରେ ଅନେକ ଲୋକଙ୍କ ସହିତ କଥା ହେଲି। ଲାଗୁଛି ଏହା ଉପରେ କେହି ଆପତ୍ତି କରିବା ଉଚିତ୍ ନୁହେଁ। ଡଲାର ତୂଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଉପରେ କେଜ୍ରିଓ୍ଵାଲ କହିଛନ୍ତି, ଉଦ୍ୟମ ତେବେ ସଫଳ ହେବ ଯେବେ ଦେବୀ-ଦେବତାଙ୍କ ଆଶୀର୍ବାଦ ସାଥିରେ ଥିବ। ଆମେ ସମସ୍ତେ ଚାହୁଁଛୁ ଭାରତ ଧନୀ ଦେଶରେ ପରିଣତ ହେଉ ଏବଂ ଭାରତବାସୀ ଧନୀ ପରିବାର ହେଉ।  ଆଜି ମୋର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ ଯେ, ଭାରତୀୟ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଗାନ୍ଧୀ ଜୀଙ୍କ ଫଟୋ ରହିବା ଉଚିତ୍ ଏବଂ ଅନ୍ୟ ପାର୍ଶ୍ଵରେ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫଟୋ ଲଗାଯାଉ।

Related Articles

Back to top button
WP Twitter Auto Publish Powered By : XYZScripts.com