ଓଡ଼ିଶା

ଗଞ୍ଜାମ ଜିଲ୍ଲା ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ଵୟ କମିଟିର ଜରୁରୀ କାର୍ଯ୍ୟକାରିଣୀ ବୈଠକ

ବ୍ରହ୍ମପୁର, ୨୩/୦୮/୨୦୨୨-    ଗଞ୍ଜାମ ଜିଲ୍ଲା ଏନ.ଜି.ଓ ହଲ୍ ଠାରେ ରାଜ୍ୟ ଅଣ ଗେଜେଟେଡ୍ କର୍ମଚାରୀ ସମନ୍ଵୟ କମିଟିର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ସମୀର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ପୂର୍ବତନ ସଭାପତି ଶ୍ରୀ ଶୂଳପାଣି ଶତପଥୀ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅମଲା ସଂଘର ସଭାପତି ଶ୍ରୀ ସୁଦାମ ପାଣିଗ୍ରାହୀ, ଜିଲ୍ଲା ଏନଜିଓ ସଂପାଦକ ଶ୍ରୀ କିରଣ କୁମାର ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ରବିନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଆଜିର ସଭାରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲା ସମ୍ମିଳନୀ ଉପରେ ଆଲୋଚନା କରାଯାଇଥିଲା । ତତ୍ ସହିତ ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନେ ନିଜ ନିଜର ଦାବି ଗୁଡିକ ଉପସ୍ଥାପନ କରିଥିଲେ।ସେଗୁଡିକ ମଧ୍ୟରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହାରରେ ଦରମା ପ୍ରଦାନ କରିବାରେ ଅହେତୁକ ବିଳମ୍ବ, ଠିକା ନିଯୁକ୍ତି ପ୍ରଥା ଉଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଚଳନ, ପୁରାତନ ପେନସନ ଯୋଜନା ପ୍ରଚଳନ, ସପ୍ତମ ବେତନ କମିଶନ ଅନୁଯାୟୀ ଘର ଭଡା ପ୍ରଦାନ ଇତ୍ୟାଦି ଦାବି ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ପଣ୍ଡା, ଦିଗାମ୍ବର ପାତ୍ର , ଶିବ ପ୍ରସାଦ ପାଣିଗ୍ରାହୀ, ପୁରୁଷୋତ୍ତମ ପାତ୍ର, ଅରୁଣ କୁମାର ପଣ୍ଡା, ରଜନୀକାନ୍ତ କର, ଶ୍ରୀକାନ୍ତ ମହାପାତ୍ର, ଜୀତେନ୍ଦ୍ର ନାୟକ, ତ୍ରିନାଥ ଗୌଡ, ଦୀପକ କୁମାର ପଣ୍ଡା, ଲକ୍ଷ୍ମୀ କାନ୍ତ ବେହେରା, ନିନି ପାଢ଼ୀ,  ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com