ଓଡ଼ିଶା

ଗଂଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ୧,୨୨ କୋଟି ସମ୍ପତ୍ତି ସିଲ୍

ନବରଙ୍ଗପୁର: ନବରଙ୍ଗପୁରର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ କଲା ପୋଲିସ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲାର ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ତିନି ଗଞ୍ଜେଇ ମାଫିଆଙ୍କ ଠାରୁ ପ୍ରାୟ ୧.୨୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ କରିଛି ନବରଙ୍ଗପୁର ପୋଲିସ ।

କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରୀଟିଙ୍କ ଠାରୁ ଅନୁମତି ନେଇ ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପତ୍ତି ସିଜ କରିଛି ଜିଲ୍ଲା ପୋଲିସ । ସିଜ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ ।

ଏମାନଙ୍କ ନାଁରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ କେସ୍‌ ରହିଥିଲା । ୨୦୨୨ ମେ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି  ତିନି ଅଭିଯୁକ୍ତଙ୍କ ସମ୍ପତି ସିଜ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ ।  ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ କରିଥିଲା ନବରଙ୍ଗପୁର ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com