ଅନ୍ତର୍ଜାତୀୟଜାତୀୟ

ଆଇନ୍ ଯୁଦ୍ଧରେ ଜିତିଲେ ଜନି, ପତ୍ନୀ ଦେବେ ୧୫ ନିୟୁତ ଡଲାର କ୍ଷତିପୂରଣ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର ।

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ । ରାୟ ପରେ ଜନି କହିଛନ୍ତି, ସେ ଏହି ରାୟକୁ ନେଇ ଖୁସି । ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ ।

ପ୍ରତିବାଦରେ ନିଜକୁ ନ୍ୟାୟ ପ୍ରଦାନ ଲାଗି ୩୬ ବର୍ଷ ବୟସ୍କା ତଥା ଆକ୍ବାମାନ ଚଳଚ୍ଚିତ୍ରର ନାୟିକା ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ । ତେବେ ରାୟ କ୍ରମେ ପୂର୍ବତନ ପତ୍ନୀଙ୍କୁ ୨ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଜନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ମାମଲାରେ ବହୁ ବଡିଗାର୍ଡ, ହଲିଉଡ ଏକଜିକ୍ୟୁଟିଭ, ଏଜେଣ୍ଟ, ଆମୋଦ ପ୍ରମୋଦ ଶିଳ୍ପ ସହ ଜଡିତ ବ୍ୟକ୍ତି, ଡାକ୍ତର, ସମ୍ପର୍କୀୟ ଓ ସଙ୍ଗସାଥୀଙ୍କ ବୟାନ ନିଆଯାଇଥିଲା । ଏହି ସେଲିବ୍ରିଟିଙ୍କ ବିବାହ ୨୦୧୫ରେ ହୋଇଥିବା ବେଳେ ୨୦୧୬ରେ ଘରୋଇ ହିଂସାକୁ କାରଣ ଦର୍ଶାଇ ସେମାନେ ଅଲଗା ହୋଇଯାଇଥିଲେ । ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଦି ସନରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜନି ଲଣ୍ଡନରେ ଏକ ମାମଲା ରୁଜୁ କରିଥିଲେ । ମାତ୍ର ୨୦୨୦ରେ ସେ ଏହି ମାମଲାରେ ହାରି ଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com