ଅନ୍ତର୍ଜାତୀୟଜାତୀୟ

ବିସ୍ଫୋରଣରେ ଥରିଲା କାବୁଲ, ୨୫ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ

କାବୁଲ() ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି | ଏହି ଦୁଇଟି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି | ପ୍ରଥମ ବିସ୍ଫୋରଣ ମୁମତାଜ ବିଦ୍ୟାଳୟରେ ଘଟିଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଅନ୍ୟ ଏକ ବିଦ୍ୟାଳୟ ନିକଟରେ ଘଟିଥିଲା ​​|

ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିବାବେଳେ ବିଦ୍ୟାଳୟ ନିକଟରେ ବିସ୍ଫୋରଣ ହୋଇଥିଲା | ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ବି ଏହା ପଛରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ହାତ ଥିବା ସନ୍ଦେହ କରାଯାଉଛି |

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆଜି ସକାଳେ ବିଦ୍ୟାଳୟକୁ ଛାତ୍ରମାନେ ଆସୁଥିଲେ | ଶ୍ରେଣୀ ଆରମ୍ଭ ହେବା ସମୟ ପାଖେଇ ଆସୁଥିବାରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଥିଲେ | ଏହି ସମୟରେ ବିସ୍ଫୋରଣ ହୋଇଥିଲା | | ଏହି ଘଟଣା ପରେ ଯେତେବେଳେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଉଥିଲା, ସେହି ସମୟରେ ଦ୍ଵିତୀୟ ବିସ୍ଫୋରଣ ହୋଇଥିଲା | ଏଥିରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି |

Related Articles

Back to top button
WP Twitter Auto Publish Powered By : XYZScripts.com