ଓଡ଼ିଶା

ବାତ୍ୟା ଆସାନି ଭୟ, ପାଣିପାଗ ବିଭାଗ ସୂଚନା ଉପରେ ନିଘା

ଭୁବନେଶ୍ୱର, ମେ 4: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ ପରିଣତ ହେବା ବୋଲି କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟା ଆସାନି ସମ୍ପର୍କରେ ତାଜା ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ, ‘ଆଣ୍ଡାମାନ ସାଗରରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମେ 6 ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହେବ । ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇନାହିଁ । ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ବାତ୍ୟା ସମ୍ପର୍କରେ ସଠିକ୍ ପୂର୍ବାନୁମାନ କରିହେବଠ ।

ସମ୍ଭାବିତ ବାତ୍ୟା ଆସାନିର ତୀବ୍ରତା ଓ ଏହାର ଲ୍ୟାଣ୍ଡଫଲ୍ ସ୍ଥାନ ନିରୂପଣ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ହିଁ ସ୍ପଷ୍ଟ ଜଣାପଡିବ ।

ତେବେ ପାଣିପାଗ ବିଜ୍ଞାନୀଙ୍କ ମତରେ ପ୍ରାକ୍-ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ, ସେନେଇ ପୂର୍ବାନୁମାନ କରାଯାଇନି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com