ଜାତୀୟରାଜନୀତି

ବଜରଙ୍ଗ ପୁନିଆଙ୍କୁ କିଏ ଓ କାହିଁ ଦେଲା ହତ୍ୟା ଧମକ? ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ୨ ଦିନ ତଳେ ଧରିଥିଲେ ହାତ । ହେଲେ ଏବେ ଦଳ ଛାଡିବାକୁ ମିଳିଛି ଧମକ । ସେ ପୁଣି ଏମିତି ସେମିତି ଧମକ ନୁହେଁ, ସିଧା ଜୀବନରୁ ମାରିଦେବାକୁ ମିଳିଛି ମେସେଜ । କଂଗ୍ରେସ ଛାଡ, ନହେଲେ ତୁମକୁ ହତ୍ୟା କରାଯିବ । ଏମିତି କିଛି ୱାର୍ଣିଂ ମିଳିଛି ରେସଲସର ବଜରଙ୍ଗ ପୁନିଆଙ୍କୁ ।

ହ୍ୱାଟ୍‌ସଆପ୍‌ରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଏହି ମେସେଜ ପଠାଇଥିବା ଅଭିଯୋଗ କରିଛନ୍ତି ବଜରଙ୍ଗ ପୁନିଆ । କୁହାଯାଉଛି କି ଏକ ବିଦେଶୀ ନମ୍ବରରୁ ଏହି ମେସେଜ ଆସିଛି । ଏନେଇ ବରଜରଙ୍ଗ ପୁନିଆ ଏକ ଏଫଆଇଆର ଦେଇଛନ୍ତି । ଯାହାର ଏବେ ତଦନ୍ତ କରୁଛି ପୋଲିସ ।

ତେବେ ବଜରଙ୍ଗ ପୁନିଆ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ପଠାଯାଇଥିବା ହ୍ୱାଟ୍‌ସଆପ୍ ମେସେଜରେ କଂଗ୍ରେସ ଛାଡ଼ିବାକୁ କୁହାଯାଇଛି । ଯଦି ସେ ଏହା ସ୍ପଷ୍ଟ ନ କରନ୍ତି, ତା’ହେଲେ ସେ ଓ ତାଙ୍କ ପରିବାର ଅସୁବିଧାରେ ପଡ଼ିବେ ।

ସେହିପରି ସେହି ମେସେଜରେ ଦୁର୍ବୃତ୍ତ ଲେଖିଛନ୍ତି, ଏହା ଆମର ଶେଷ ବାର୍ତ୍ତା। ନିର୍ବାଚନ ପୂର୍ବରୁ ଆମେ ଦେଖାଇଦେବୁ ଯେ ଆମେ କେତେ ଶକ୍ତିଶାଳୀ । ତୁମେ ଯେଉଁଠି ଚାହ ଅଭିଯୋଗ କରିପାର । କିନ୍ତୁ ଏହା ହେଉଛି ଆମର ପ୍ରଥମ ଓ ଅନ୍ତିମ ଚେତାବନୀ ।

ତେବେ ଗତ ୬ ତାରିଖରେ କଂଗ୍ରେସରେ ଯୋଗ ଦେଇଥିଲେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ । କଂଗ୍ରେସ ଭିନେଶଙ୍କୁ ହରିୟାଣାର ଜୁଲାନା ଆସନରୁ ପ୍ରାର୍ଥୀ କରି ଥିବାବେଳେ ବଜରଙ୍ଗ ପୁନିଆଙ୍କୁ ସର୍ବଭାରତୀୟ କୃଷକ କଂଗ୍ରେସର କାର୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com