ଛତିଶଗଡର ରାଜଧାନୀ ରାୟପୁରର ଏକ ଭିଡିଓ ଭୟଙ୍କର ଭାଇରାଲ ହୋଇଛି । ରାୟପୁରର ଭିଆଇପି ରୋଡରେ ଥିବା ଏକ ହୋଟେଲ ବାହାରେ ଦୁଇ ଗୋଷ୍ଠୀ ଲଢେଇ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଳମ୍ବିତ ରାତିରେ ପାର୍ଟି କରିବା ପରେ ପୁଅ ଓ ଝିଅମାନେ ହୋଟେଲ ବାହାରେ ଛିଡ଼ା ହୋଇଥିଲେ । ହଠାତ୍ କିଛି ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ଏକ ଯୁଦ୍ଧରେ ପରିଣତ ହୋଇଥିଲା । ପୁଅ ଝିଅଙ୍କ ଏହି ଝଗଡାକୁ ସ୍ଥାନୀୟ ଲୋକ ବିରୋଧ କରିବା ସହ ପୋଲିସକୁ ଡାକିଥିଲେ । କିନ୍ତୁ ପୋଲିସ ଆସିବା ଆଗରୁ ଉଭୟ ଉକ୍ତ ସ୍ଥାନ ଛାଡି ପଳାଇଥିଲେ । ଏହି ମାଡପିଟିରେ ଉଭୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସେପଟେ ତେଲିବନ୍ଧା ପୋଲିସ ଉକ୍ତ ଯୁବକକୁ ବିରୋଧରେ ମାମଲା ରୁଜୁ କରିବା ସହ ଭିଡିଓ ଆଧାରରେ ଉଭୟଙ୍କୁ ଚିହ୍ନଟ କରି ଘଟଣାର ଯାଞ୍ଚ କରିବାରେ ଲାଗି ପଡିଛନ୍ତି ।
Back to top button