କ୍ରୀଡ଼ା

ବାଜିଲା ବିଶ୍ୱକପ୍ ବିଗୁଲ

ନୂଆଦିଲ୍ଲୀ, ୨୩/୦୩/୨୦୨୩ –   ICC ବିଶ୍ୱକପ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବ କ୍ରିକେଟ ମହାସମର । ଆଇସିସି ପକ୍ଷରୁ କ୍ରୀଡାସୂଚୀ ପ୍ରକାଶ ପାଇନଥିଲେ ମଧ୍ୟ BCCI ଖେଳାଯିବାକୁ ଥିବା ୧୨ ଟି ଷ୍ଟାଡିୟମର ତାଲିକା ସାର୍ବଜନୀନ କରିଛି । ଏହି ଷ୍ଟାଡିୟମ ଗୁଡିକ ମଧ୍ୟରେ ରହିଛି ମୁମ୍ବାଇ, ଲକ୍ଷ୍ନୌ,  ଦିଲ୍ଲୀ, ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ରାଜକୋଟ, ଗୌହାଟି, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା ଏବଂ ଇନ୍ଦୋର ।

ଏଥିମଧ୍ୟରୁ ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ ବୋଲି ବିସିସିଆଇ ସୂଚନା ଦେଇଛି । ତେବେ ଏହି ଷ୍ଟାଡିୟଗୁଡିକରେ ୧୦ଟି ଦେଶ ମୋଟ୍ ୪୬ ଦିନରେ ୪୮ ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ବିଶ୍ୱକପ ଆୟୋଜନ ଭାରତ ପାଇଁ ମଧ୍ୟ ଏକ ଐତିହାସିକ ମୁହୂର୍ତ୍ତ ହେବ । କାରଣ ପ୍ରଥମଥର ପାଇଁ ଭାରତ ଏକାକି ଦିନିକିଆ ବିଶ୍ୱକପ ଆୟୋଜନ କରୁଛି । ଏହାପୂର୍ବରୁ ୧୯୮୭ରେ ଭାରତ ଓ ପାକିସ୍ତାନ, ୧୯୯୬ରେ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ ୨୦୧୧ ରେ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ ଆୟୋଜନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com