Featuredଜାତୀୟରାଜନୀତି

ଖୁବଶୀଘ୍ର ଏନଡିଏରେ ସାମିଲ ହୋଇପାରେ ଟିଡିପି

ରାଷ୍ଟ୍ରୀୟ ରାଜନୀତିରେ ପୁଣି ଏକ ନୂଆ ସମିକରଣ ଦେଖିବାକୁ ମିଳିପାରେ । ତେଲେଙ୍ଗାନରେ କେସିଆରଙ୍କୁ କ୍ଷମତାରୁ ହଟାଇବାକୁ ଟିଡିପିକୁ ଏନଡିଏରେ ସାମିଲ କରିପାରେ ବିଜେପି । ସୂଚନା ଥାଉକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେ,ଚନ୍ଦ୍ରଶେଖର ରାଓ ବିଭିନ୍ନ ସମୟରେ ବିରୋଧୀଙ୍କୁ ଏକଜୁଟ୍ କରିବାରେ ଲାଗିଛନ୍ତି । ଏହାସହ ଗଣମାଧ୍ୟମରେ ଚନ୍ଦ୍ରଶେଖର ରାଓ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ବିଜେପି ଏବେ ତେଲେଙ୍ଗାନରେ ଟିଡିପିକୁ ଏନଡିଏରେ ସାମିଲ କରିପାରେ ବୋଲି ଆକଳନ କରାଯାଇଛି ।

ସେପଟେ ତେଲେଙ୍ଗାନରେ ବିଜେପିର ଶକ୍ତି ଦୁର୍ବଳ ଥିବାରୁ ସେ ଅନ୍ୟଦଳ ସହ ମେଣ୍ଟ କରି କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପିର ଶୀର୍ଷନେତାମାନେ ବାରମ୍ବାର ତେଲେଙ୍ଗାନା ଗସ୍ତ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେପି ତେଲେଙ୍ଗାନର ମୋଟ ବିଧାନସଭା ଆସନ ୧୧୯ ମଧ୍ୟରୁ ୩୨ ଟି ଆସନ ଉପରେ ଫୋକସ କରିଛି । ବିଶ୍ଳେଷକଙ୍କ ମତରେ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଓ ବିଜେପିକୁ ଆସନ୍ତା ବିଧାନସଭା ନିର୍ବାଚନରେ ଅଧିକ ଆସନ ମିିଳିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com