ଅନ୍ୟାନ୍ୟ

NSA ଅଜିତ ଡୋଭାଲଙ୍କ ଘରର ସୁରକ୍ଷାରେ ସିନ୍ଧି, ସୁରକ୍ଷା କର୍ମୀଙ୍କ ହାତରେ ଧରାପଡିଲା ଅନୁପ୍ରବେଶ ଉଦ୍ୟମକାରୀ

ନୂଆଦିଲ୍ଲୀ ()  ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲଙ୍କ ଘରେ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷା କର୍ମୀ ଜନୈକ ଯୁବକଙ୍କୁ ଅଟକ କରିଛନ୍ତି। ଅଟକ ଯୁବକ ଶାନ୍ତନୁ ରେଡ୍ଡୀ ଭାବେ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଘର କର୍ଣ୍ଣାଟକ ବେଙ୍ଗାଲୁରରେ। ସେ ଡୋଭଲଙ୍କ ଘରକୁ ଯିବା ଲାଗି ନୋଏଡାରୁ ଏକ ଲାଲ ରଙ୍ଗର ଏସୟୁଭି ଭଡାରେ ନେଇଥିଲେ ଯାହାକୁ ସେ ଡୋଭଲ ରହୁଥିବା କୋଠୀର ଦ୍ୱାର ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲେ।
ତେବେ ଅଟକ ଯୁବକ ମାନସିକ ସ୍ତରରେ ସାମାନ୍ୟ ବିକ୍ଷିପ୍ତ ପରି ମନେ ହେଉଥିଲେ ବି ତାର ଏପରି ଉଦ୍ୟମ ପଛରେ ନିଶ୍ଚିତ ରୂପେ କିଛି ଉଦ୍ଦେଶ୍ୟ ଥାଇପାରେ ବୋଲି ଏବେ ସନ୍ଦେହ କରାଯାଉଛି। ଏଣୁ ତାକୁ ପଚରା ଉଚରା କରାଯାଉଛି। ଭାରତର ଜେମସ୍ ବଣ୍ଡ ଭାବେ ଜଣାଶୁଣା ଡୋଭଲ ଚୀନ୍‌ ଓ ପାକିସ୍ତାନ ଆଖିରେ କଣ୍ଟା ପାଲଟିଛନ୍ତି। ଏହା ଛଡା ଆତଙ୍କବାଦ ସଙ୍ଗଠନ ମଧ୍ୟ ଲଗାତାର ଡୋଭଲଙ୍କ ଉପରେ ନଜର ରଖି ରହିଛନ୍ତି।
ଗତବର୍ଷ ଫେବୃଆରୀ ମାସରେ ଜୈସ ଆତଙ୍କବାଦୀ ନିକଟରୁ ଡୋଭଲଙ୍କ କାର୍ଯ୍ୟାଳୟ ଭିଡିଓ ମିଳିଥିଲା। ଏହି ରେକି ଭିଡିଓକୁ ସେ ତାର ପାକିସ୍ତାନୀ ହ୍ୟାଣ୍ଡଲରକୁ ପଠାଇଥିଲା। ଏହା ଜଣାପଡିବା ପରେ ଡୋଭଲଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା। ଅନ୍ୟ ଭିଭିଆଇପିଙ୍କ ପରି ଅଜିତ ଡୋଭଲଙ୍କୁ ମଧ୍ୟ   ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଉଛି। କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ) ଏହି ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com