ଜାତୀୟମନୋରଞ୍ଜନ

Father’s Dayରେ ବାପାଙ୍କୁ ମନେ ପକାଇ ଭାବପ୍ରବଣ ହେଲେ କେକେଙ୍କ ଝିଅ, କହିଲେ-ତୁମ ବିନା ସବୁ ଅନ୍ଧାର

ନୂଆଦିଲ୍ଳୀ: ପ୍ରସିଦ୍ଧ ଗାୟକ କେ.କେ.ଙ୍କ ମୃତ୍ୟୁରେ ସମଗ୍ର ଇଣ୍ଡଷ୍ଟ୍ରି ଭାଙ୍ଗି ପଡିଥିଲା । ଏହାରି ମଧ୍ୟରେ ତାଙ୍କ ଝିଅ  ବାପାଙ୍କ ମନେ ପକାଇ ଏକ ନୋଟ ସେୟାର କରିଥିଲେ । ଯେଉଁଥିରେ ସେ କେତେ ଦୁଃଖିତ ଅଛନ୍ତି  ତାହା ଜଣାପଡିଥିଲା । ବର୍ତ୍ତମାନ କେକେଙ୍କୁ ମନେ ପକାଇ ତମାରା ପିତାଙ୍କ ବିନା ପ୍ରଥମ ଥର ପାଇଁ ପିତୃ ଦିବସ ପାଳନ କରିଛନ୍ତି । କେବଳ ଏତିକି ହିଁ ନୁହେଁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

 

View this post on Instagram

 

A post shared by Taamara (@taamara.k24)

କେ.କେ.ଙ୍କ ଝିଅ ତମାରା  ପିତାଙ୍କୁ ମନେ ପକାଇ ଇନଷ୍ଟାଗ୍ରାମରେ ତାଙ୍କ ସହ ଅନେକ ପୁରୁଣା ପିଲାଦିନର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଭାଇ ନାକୁଲ ମଧ୍ୟ ଦେଖାଯାଉଥିବା ବେଳେ ତାଙ୍କ ମା ଏବଂ ପିତାଙ୍କ ଫଟୋ ମଧ୍ୟ ଏକାଠି ପୋଷ୍ଟ କରିଛନ୍ତି। ଏହା ସହ ହୃଦୟକୁ ଛୁଇଁ ଯାଉଥିବା ସୁନ୍ଦର ନୋଟ୍ ସେୟାର କରିଛନ୍ତି । ଲେଖାଯାଇଛି କି ବାପା. ତୁମ ବାପାଙ୍କ ବିନା ଜୀବନ ଅସମ୍ପୂର୍ଣ୍ଣ , ଅନ୍ଧକାର । ଯାହାର ପ୍ରତ୍ୟେକ ଶବ୍ଦ ଭାବପ୍ରବଣ କରିବ ।ତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com