Featuredଜାତୀୟମନୋରଞ୍ଜନ

ଦୁଇଟି ଫିଲ୍ମକୁ ମିଳିଲା ଦାଦା ସାହେବ ଫାଲକେ

ନୂଆଦିଲ୍ଲୀ : ଭାରତୀୟ ଚଳଚ୍ଚିତ୍ର ଜଗତର ସମ୍ମାନଜନକ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର- ୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ’ଦ କାଶ୍ମୀର ଫାଇଲ୍ସ’କୁ ମିଳିଛି ଶ୍ରେଷ୍ଠ ଫିଲ୍ମର ସମ୍ମାନ । ପୁରସ୍କାରକୁ କାଶ୍ମୀରୀ ହିନ୍ଦୁଙ୍କୁ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଉତ୍ସର୍ଗ କରିଥିବା ବେଳେ ସବୁ ଭାରତୀୟଙ୍କ ଭଲପାଇବା ପାଇଁ ପୁରସ୍କାର ମିଳିଛି ବୋଲି କହିଛନ୍ତି।

ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । ଫିଲ୍ମ ଗଙ୍ଗୁବାଇ ପାଇଁ ଆଲିଆ ଭଟ୍ଟ ଏହି ପୁରସ୍କାର ପାଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସମ୍ନାନିତ ହୋଇଛନ୍ତି ରଣବୀର କପୁର । ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ରଣବୀରଙ୍କୁ ଏହି ସମ୍ମାନ ମିଳିଛି। ଶ୍ରେଷ୍ଠ ଖଳନାୟକ ଭାବେ ଚୁପ୍‌ ଫିଲ୍ମ ପାଇଁ ଦଲକର ସଲମାନ ପୁରସ୍କୃତ ହୋଇଛନ୍ତି । ସେହିପରି ବର୍ଷର ଶ୍ରେଷ୍ଠ ଫିଲ୍ମର ଖିତାବ୍ ଜିତିଛି ଏନଟିଆର ଓ ରାମଚରଣ ଷ୍ଟାର୍‌ର ଫିଲ୍ମ RRR ।

Related Articles

Back to top button
WP Twitter Auto Publish Powered By : XYZScripts.com