Featuredଜାତୀୟରାଜନୀତି

ଆଜି ଇଡିରେ ହାଜର ହେବେ କବିତାଙ୍କ ପୂର୍ବତନ ଅଡିଟର

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ବିଆରଏସ ନେତ୍ରୀ କେ. କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ ଗୋରାନ୍ତଲା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହେବେ ହାଜର । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ମୁହାଁମୁହିଁ ଜେରା ହେବ । ଆସନ୍ତା ୧୬ ତାରିଖରେ କବିତାଙ୍କୁ ଜେରା ଲାଗି ଇଡି ସମୟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବୁଚିବାବୁଙ୍କୁ ଜେରା କରିବ ଇଡି । ପୂର୍ବରୁ ଏହି ମାମଲାରେ ଗତ ମାର୍ଚ୍ଚ ୬ରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ । ପୂର୍ବରୁ ମାର୍ଚ୍ଚ ୯ରେ ହାଜର ହେବା ଲାଗି ବୁଚିବାବୁଙ୍କ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ସେ ହାଜର ହୋଇପାରି ନଥିଲେ ।

ଦୁଇ ଅଭିଯୁକ୍ତ ପିଲାଇ ଓ ବୁଚିବାବୁ ଏକତ୍ର ହାଇଦ୍ରାବାଦରେ ଏକ ପଞ୍ଚତାରକା ହୋଟେଲରେ ରହୁଥିବା ଦର୍ଶାଇଥିଲା ଇଡି । ସେହି ପଞ୍ଚତାରକା ହୋଟେଲରେ ମଦନୀତି ମାମଲା ସହ ଜଡିତ ବିଭିନ୍ନ ଅଭିଯୁକ୍ତମାନେ ରହୁଥିବାରୁ ଏହାର ସବିଶେଷ ବିବରଣୀ ହୋଟେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଛି । ଏହି ମାମଲାରେ ଗତ ୧୧ ତାରିଖରେ କବିତାଙ୍କୁ ଇଡି ଜେରା କରିଥିବାବେଳେ ଆସନ୍ତା ୧୬ରେ ପୁଣି ଥରେ ଜେରା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com