ଜାତୀୟମନୋରଞ୍ଜନ

ବଡିକୋନ୍‌ ଡ୍ରେସ୍‌ ପିନ୍ଧି ଜଲୱା ଦେଖାଇଲେ ଜାହ୍ନବୀ କପୁର, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌

ମୁମ୍ବାଇ: ଧଡକ୍‌ରେ ଡେବ୍ୟୁ କରିବାରେ ସମସ୍ତଙ୍କ ଦିଲ୍‌ରେ ରାଜ୍‌ କରୁଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର । ଅଭିନୟ ବ୍ୟତୀତ ସବୁ କାମରେ ପାରଙ୍ଗମ ଜାହ୍ନବୀ। ତାଙ୍କ ବୋଲ୍ଡ ଓ ହଟ୍‌ନେସ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି। ଜାହ୍ନବୀ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି। ବର୍ତ୍ତମାନ ତାଙ୍କର ଏକ ବୋଲ୍ଡ ଆକର୍ଷଣୀୟ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି । ଯେଉଁଥିପାଇଁ ସେ ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି।

ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ୧୦ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମେରୁନ୍‌ ରଙ୍ଗର ବଡିକୋନ୍‌ ଡ୍ରେସ୍‌ ପିନ୍ଧିଥିବା ବେଳେ ନ୍ୟୁଡ୍‌ର ମେକ୍‌ଅପ୍‌ ନେଇଛନ୍ତି । ଜାହ୍ନାବୀ ଏହି ଗ୍ଲାମରସ୍‌ ଅନ୍ଦାଜରେ ଫଟୋସୁଟ୍‌ କରିଥିବାର ଦେଖି ଫ୍ୟାନ୍ସମାନେ ମତୁଆଲା ହୋଇଛନ୍ତି। ଭିନ୍ନ ଭିନ୍ନ ପୋଜ ମଧ୍ୟ ଦେଇ ଇଣ୍ଟରନେଟ୍‌ରେ ନିଆଁ ଲଗାଉଛନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଫଟୋ ଖୁବ୍‌ ଭାଇରାଲ୍‌ ହେବା ସହ ଲାଇକ୍‌ କମେଣ୍ଟ ମଧ୍ୟ ଆସୁଛି।

ବଲିଉଡରେ ଡେବ୍ୟୁ କରିବା ପରେ ଜାହ୍ନବୀଙ୍କ ଫିଲ୍ମ ବକ୍ସ ଅଫିସରେ କମାଲ କରିନଥିଲା ସତ କିନ୍ତୁ ଦର୍ଶକଙ୍କ ମନ କିଣିନେଇଥିଲେ ଜାହ୍ନବୀ। ଜାହ୍ନବୀଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ଆଗକୁ ବହୁତ ବଡ ବଡ ପ୍ରୋଜେକ୍ଟ ଅଛି । ବର୍ତ୍ତମାନ ସେ ବରୁଣଙ୍କ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Related Articles

Back to top button