ଜାତୀୟରାଜନୀତି

ଚିନ୍ତନ ଶିବରକୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ ଟ୍ୱିଟ୍, କହିଲେ ବାହାରିଲା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ

ଉଦୟପୁର: ଏଠାରେ ଅନୁଷ୍ଠିତ କଂଗ୍ରେସ ଚିନ୍ତନ ଶିବିରର ରବିବାର ଶେଷ ଦିନରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ ଟ୍ୱିଟ୍‌ କରିଛନ୍ତି।  ଏଥିରେ ରାଜନୀତି ସମ୍ପର୍କିତ ସମନ୍ୱୟ ସମିତିରେ ଖୋଲାଖୋଲି ଆଲୋଚନା ହୋଇଥିବା ବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନର ବାଟ ବାହାର କରିଥିବା ଉଲ୍ଲେଖ କରିଛନ୍ତି । ଟ୍ୱିଟ୍‌ରେ ଥରୁର ତାଙ୍କ ସାଥୀ ନେତାଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ରାଜନୀତି ସମ୍ପର୍କିତ  ସମନ୍ୱୟ ସମିତିରେ ଥରୁର ମଧ୍ୟ ସଦସ୍ୟ ଅଛନ୍ତି।

ଗତ ରାତିରେ ରାଜନୀତି ସମିତିର ସଦସ୍ୟଙ୍କ ମନ୍ଥନ ପରେ ରବିବାର ସଦସ୍ୟମାନେ ଫଟୋ ଉଠାଇବାକୁ ଏକତ୍ର ହୋଇଥିଲେ। ଏଥିରେ ଏକ ସାମୂହିକ ଫଟୋ ଉତ୍ତୋଳିତ ହୋଇଛି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚର୍ଚ୍ଚା ଏହି କଥାର ମଜଭୁତ ଉଦାହରଣ ଯେ ପାର୍ଟିରେ ଅନୁନ୍ୟ ଗଣତନ୍ତ୍ର ଅଛି। ଏଣୁ ଥରୁର ଗହନ ମନ୍ଥନ କରି ସମାଧାନର ରାସ୍ତା ବାହାର କରାଯାଇଥିବାର ଟ୍ୱିଟ୍‌ କରିଛନ୍ତି। ଲୋକସଭା ସଦସ୍ୟ ଥରୁର କଂଗ୍ରେସର ଜି-୨୩ ସମୂହର ସଦସ୍ୟ ମଧ୍ୟ।

Related Articles

Back to top button
WP Twitter Auto Publish Powered By : XYZScripts.com