ଜାତୀୟ

ଭାରତୀୟ ରେଳ ଟ୍ରାକ୍‌କୁ ଉଡାଇବାକୁ ଯୋଜନା କରୁଛି ISI, ଗୁଇନ୍ଦା ବିଭାଗର ଆଲର୍ଟ

ନୂଆଦିଲ୍ଲୀ: ପଞ୍ଜାବକୁ ଦୋହଲାଇବାକୁ ବଡ ଯୋଜନା କରୁଛି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ । ଏହି ଯୋଜନା ଅନୁଯାୟୀ ଭାରତୀୟ ରେଳବାଇ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି ।

ପଞ୍ଜାବ ଏବଂ ଏହାର ଆଖପାଖ ରାଜ୍ୟରେ ରେଳ ଟ୍ରାକକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏକ ବଡ଼ ଷଡଯନ୍ତ୍ର ରଚିଛି ବୋଲି ଗୁପ୍ତଚର ସଂସ୍ଥା ଏକ ସତର୍କ ସୂଚନା ଜାରି କରିଛି । ପଞ୍ଜାବ ଏବଂ ପଞ୍ଜାବକୁ ଲାଗିରହିଥିବା ରାଜ୍ୟଗୁଡ଼ିକରେ ରେଲୱେ ଟ୍ରାକକୁ ଉଡ଼ାଇବା ପାଇଁ ଆଇଏସଆଇ ଅପରେଟିଭ୍ ଯୋଜନା କରିଛନ୍ତି । ରେଳ ଟ୍ରାକକୁ ସ୍ୱତନ୍ତ୍ର ଭାବେ ଟାର୍ଗେଟ୍ କରାଯାଇପାରିବ ।

କାରଣ ଯେତେବେଳ ଏହି ଟ୍ରାକରେ ମାଲବାହୀ ଗାଡି ଯାତାୟତ କରିବ । ଇଣ୍ଟେଲିଜେନ୍ସ ଏଜେନ୍ସିରେ ମଧ୍ୟ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ ରେଳବାଇ ଟ୍ରାକକୁ ଟାର୍ଗେଟ କରିବା ପାଇଁ ଆଇଏସଆଇ ଭାରତରେ ଉପସ୍ଥିତ ଥିବା ଅପରେଟିଭ୍ ମାନଙ୍କୁ ବହୁ ପରିମାଣରେ ଅର୍ଥ ପ୍ରଦାନ କରୁଛି । କେବଳ ଏତିକି ନୁହେଁ, ରେଳବାଇ ଟ୍ରାକକୁ ଟାର୍ଗେଟ କରିବା ପାଇଁ ଭାରତରେ ଉପସ୍ଥିତ ଥିବା ସ୍ଲିପର୍ ସେଲକୁ ବହୁ ପରିମାଣର ଅଫର ଦିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com