ଜାତୀୟ

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ହଷ୍ଟେଲ ଛାତରୁ ଦୁଇ ନାବାଳିକାଙ୍କୁ ପିଙ୍ଗିଦେଲା

ନୂଆଦିଲ୍ଲୀ() ପାଟନା ସହରରେ ଜଣେ ଯୁବକ ହଷ୍ଟେଲ ଛାତରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ପାଟନା ସହରର ବାହାଦୁରପୁରର ଏକ ହଷ୍ଟେଲରୁ ସାମ୍ନାକୁ ଆସିଛି।

ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରି ନେଇଛି। ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଉପରେ ଉତ୍ତ୍ୟେକ୍ତ ଲୋକମାନେ ପଥର ମାଡ଼ କରିବା ସହିତ ପୁଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହି ପଥର ମାଡ଼ରେ ୧୨ରୁ ଊର୍ଧ୍ବ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଦୁଇ ନାବାଳିକାଙ୍କ ପରିଚୟ ବହାଦୁରପୁର ଫଳ ବଜାରରେ ଫଳ ବ୍ୟବସାୟୀ ନନ୍ଦଲାଲ ଗୁପ୍ତାଙ୍କ ଝିଅ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com