ଜାତୀୟମନୋରଞ୍ଜନ

ଆଫେୟାର୍ସ ଖବର ମଧ୍ୟରେ ଜହିରଙ୍କ ସହ ଫଟୋ ସେୟାର କଲେ ସୋନାକ୍ଷୀ, ପୋଷ୍ଟ ଭାଇରାଲ୍

ମୁମ୍ବାଇ : ବଲିଉଡରେ ଫିଲ୍ମ କଳାକାରଙ୍କ ଆଫେୟାର୍ସର ବିଷୟରେ ନୂଆ ନୁହେଁ । ନିକଟରେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ନାମ କପଲଙ୍କ ଲିଷ୍ଟରରେ ସାମିଲ୍‌ ହୋଇ ଯାଇଛି । ଜହିରଙ୍କ ଏକ ପୋଷ୍ଟ ଖବର ଉପରେ ଖୁବ୍‌ ଚର୍ଚ୍ଚା ଆଣିଛି।  ବର୍ତ୍ତମାନ ଏହି ଖବର ମଧ୍ୟରେ ସୋନାକ୍ଷୀ ସିହ୍ନାଙ୍କ ନୂଆ ପୋଷ୍ଟ ପୁଣି ଥରେ ଆଲୋଚନାର ବିଷୟ ପାଲଟିଛି ।

ବାସ୍ତବରେ, ‘ନ୍ୟାଶନାଲ ଫ୍ରେଣ୍ଡସ୍‌ ଡେ’ ଅବସରରେ ସୋନାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କର ଖାସ୍‌ ବନ୍ଧୁମାନଙ୍କର କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସୋନାକ୍ଷୀ ପ୍ରଥମେ ଅଭିନେତ୍ରୀ ହୁମା କୁରେଶୀଙ୍କ ଫଟୋ ପରେ ତୃତୀୟ ସ୍ଲାଇଡର ଜହିର ଇକବାଲଙ୍କ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିକ୍ରେଟ୍‌ ବୟଫ୍ରେଣ୍ଡଙ୍କ ସହ ସହିତ ନଜର ଆସିଛନ୍ତି ।

 

View this post on Instagram

 

A post shared by Sonakshi Sinha (@aslisona)

ଫଟୋରେ ସୋନାକ୍ଷୀ ଏକ କଳା ରଙ୍ଗର ଟି-ସାର୍ଟ ଏବଂ ଜିନ୍ସ ସ୍କଟ୍‌ ପିନ୍ଧିଥିବା ବେଳେ ଜହିର ମଧ୍ୟ କଳା ରଙ୍ଗର ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି। ଫଟୋଟିରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି ।ଏହି ସବୁ ଫଟୋ ଦେଖିବା ପରେ ସୋସିଆଲ୍‌ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ କଳ୍ପନା ଜଳ୍ପନା ତୀବ୍ର ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com