ଓଡ଼ିଶା

କୋଟିଆରେ ମୃତ୍ତିକା ସର୍ବେକ୍ଷଣ କରୁଛି ଆନ୍ଧ୍ର

କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ମୃତ୍ତିକା ସର୍ବେକ୍ଷଣ କାର୍ଯ୍ୟକୁ ନେଇ ପୁଣି ଆନ୍ଧ୍ର ଉପରେ ସନ୍ଦେହ ଘନୀଭୂତ । କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଜଳପ୍ରପାତ ଗଲିଗବ୍ଦରଠାରେ ମୃତ୍ତିକା ଓ ପଥର ସର୍ଭେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ଯନ୍ତ୍ରପାତି ନେଇ ଆସିଥିବା ଗାଡ଼ିଟିରେ କେନ୍ଦ୍ର ଖଣି ବିଭାଗ ଅଧୀନସ୍ଥ ଏନ୍ଆଇଆରଏମର ଫଳକ ଲାଗିଛି । ଗାଡ଼ି ନମ୍ବର ପ୍ଲେଟ୍‌ରୁ ଏହା କର୍ଣ୍ଣାଟକରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡିଛି । ତେବେ ସର୍ଭେ ପାଇଁ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଏକ ଗାଡିରେ ଅଧିକାରୀମାନେ ଆସିଥିବାରୁ ଏହା ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ବୋଲି ଆଶଙ୍କା ପ୍ରକାଶ ପାଇଛି । କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେହି ଅଧିକାରୀଙ୍କୁ ଟିକାଈ କରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ସନ୍ଦେହ ଘନୀଭୂତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com