ଓଡ଼ିଶା

ଜୁଲାଇ ପହିଲାରୁ ବସ ଧର୍ମଘଟ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ ତାରିଖରୁ ବସ ଧର୍ମଘଟ। ୮ ଦଫା ଦାବି ନେଇ ଧର୍ମଘଟ କରାଯିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି । ଧର୍ମଘଟରେ ସାମିଲ ହେବେ ୧୪ ରୁ ୧୫ ହଜାର ବସ। ୩୦ ତାରିଖ ମଧ୍ୟରେ ଦାବି ପୂରଣ ନହେଲେ ୧ ତାରିଖରୁ ସବୁ ରୁଟରେ ବସ ବନ୍ଦ ହେବ। ଏପରିକି ରଥଯାତ୍ରା ସମୟରେ ମଧ୍ୟ ବସ ବନ୍ଦ ହେବ ବୋଲି ସଂଘ ଚେତାବନୀ ଦେଇଛି। କରୋନା ସମୟରେ ପ୍ରଭାବିତ ମାଲିକ ମାନଙ୍କୁ ପ୍ରତି ବସ ପିଛା ୧ ଲକ୍ଷ ଟଙ୍କା ଋଣ ପ୍ରଦାନ ସମେତ ଦିନରେ ସ୍ଳିପର ବସ ଚଲାଇବା ପାଇଁ ଅନୁମତି ପ୍ରଦାନ, ୧୫ ବର୍ଷର ଗାଡିକୁ ଫିଟନେସ ଦେଖି ଅନୁମତି ଦିଆଯାଉ, ପରମିଟ ନ ଦେବାରୁ ବସ ବିକ୍ରି ହୋଇପାରୁନାହିଁ ତେଣୁ ମାଲିକାନା ପରିବର୍ତ୍ତନ ପାଇଁ ପରମିଟ ଦେବାକୁ ଦାବି କରିଛନ୍ତି ମାଲିକ ସଂଘ। ସ୍ବତନ୍ତ୍ର ଭାବରେ ଭଡା ନିର୍ଦ୍ଧାରଣ କରିବା, ହାଇ ସିକ୍ୟୁରିଟି ନମ୍ବର ପ୍ଳେଟକୁ ବିରୋଧ କରିଛି ସଂଘର ।

Related Articles

Back to top button
WP Twitter Auto Publish Powered By : XYZScripts.com