ଜାତୀୟରାଜନୀତି

ସୋନିଆ-ରାହୁଲଙ୍କୁ ଇଡିର ସମନ ବିରୋଧରେ କଂଗ୍ରେସର ‘ସତ୍ୟାଗ୍ରହ’; ବିଜେପି କହିଲା- ଏମାନେ ନକଲି ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ୍‌ ହେରାଲଡ ମାମଲାରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସୋମବାର ବା ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହେବାକୁ କୁହାଯାଇଛି। ଏହି ଦିନ କଂଗ୍ରେସ ସାରା ଦେଶରେ ତାର ଶକ୍ତି ପ୍ରଦର୍ଶନ କରିବ। କଂଗ୍ରେସ ନେତା ମାନିକମ୍‌ ଟାଗୋର କହିଛନ୍ତି ଇଡିର ୨୫ଟି କାର୍ଯ୍ୟାଳୟ ଆଗରେ କଂଗ୍ରେସ ନେତା ବିରୋଧ ପ୍ରଦର୍ଶନ କରିବେ। ରାହୁଲ୍‌ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଫସାଇ ଦିଆଯାଇଛି ବୋଲି କଂଗ୍ରସ ଅଭିଯୋଗ କରିଛି।

ବିଜେପି ମଧ୍ୟ କଂଗ୍ରେସକୁ ଟାର୍ଗଟ କରି କହିଛି ରାହୁଲ ଓ ସୋନିଆ ଜାମିନ୍‌ରେ ବାହାରକୁ ଆସିଛନ୍ତି। ଆସନ୍ତାକାଲି ରାହୁଲ ଗାନ୍ଧୀ ଇଡି ସାମ୍ନାରେ ହାଜର ହେବେ ଏହା ପୂର୍ବରୁ କଂଗ୍ରେସ୍‌ ଡ୍ରାମା କରୁଛି। ଏହି ଡ୍ରାମାର ଅର୍ଥ କଣ ? ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି ଯଦି ଦିଗବିଜୟ ସିଂହଙ୍କ ଭଳି ନେତା ସାମ୍ୱାଦିକ ସମ୍ମିଳନୀ କରୁଛନ୍ତି ତାହେଲେ ଏହାର ଅର୍ଥ କଣ?

ସମ୍ୱିତ ପାତ୍ର କହିଛନ୍ତି ଆପଣ ସାମ୍ୱାଦିକ ସମ୍ମିଳନୀ କରି କାହିଁକି ଡ୍ରାମା କରୁଛନ୍ତି। ଇଡି ସାମ୍ନାରେ ନିଜକୁ ଠିକ ପ୍ରମାଣିତ କରନ୍ତୁ। ସତ୍ୟାଗ୍ରହ କଣ? ଏହି ନକଲି ଗାନ୍ଧୀଙ୍କ ଦ୍ୱାରା ନକଲି ସତ୍ୟାଗ୍ରହକୁ ଦେଖି ଗାନ୍ଧୀଜିଙ୍କୁ ମଧ୍ୟ ଖରାପ ଲାଗିବ। ରାହୁଲ ଗାନ୍ଧୀ ଆଇନକୁ ଉଲଂଘନ କରିବା ଅନୁଚିତ କାରଣ ଏହା ରାଜନୈତିକ ମାମଲା ନୁହେଁ।

Related Articles

Back to top button