ଜାତୀୟ

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି, କିଛି ଦିନ ପୂର୍ବେ କରୋନାରେ ହୋଇଥିଲେ ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ । ସୂଚନା ଅନୁସାରେ, ରବିବାର ସକାଳେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୁର୍ଜେୱାଲା କହିଛନ୍ତି, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରୀ ଟିମଙ୍କ ନିରୀକ୍ଷଣରେ ତାଙ୍କୁ ହସ୍ପିଟାଲରେ ରଖାଯିବ।

ଉଲ୍ଲେଖଯୋଗ୍ୟ ଯେ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉଭୟ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଡୁଆ ବଢିବାରେ ଲାଗିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇ ଥର ସୋନିଆ ଗାନ୍ଧୀଙ୍କ ସମନ ଜାରି କରିଛି। ଏବେ ଜୁନ ୨୩ରେ ଜେରା ପାଇଁ ଡକାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଜୁନ ଆଠରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ଉପରେ ଡକାଯାଇଥିଲା, କିନ୍ତୁ କରୋନା ସଂକ୍ରମିତ ଥିବା କାରଣରୁ ତାଙ୍କୁ ତିନି ସପ୍ତାହର ସମୟ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି । ଜୁନ ୧୩ର କେନ୍ଦ୍ରୀୟ ଏଜେନ୍ସି ଆଗରେ ହାଜର ହେବାକୁ କୁହାଯାଇଛି। ତେବେ ଏହି ମାମଲାରେ କଂଗ୍ରେସକ ନେତା ବିଜେପି ଉପରେ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com