ଜାତୀୟ

ଲଖିମପପୁର ଖେରୀ ମାମଲା, ଆତ୍ମସମର୍ପଣ କାଲ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର

ନୂଆଦିଲ୍ଲୀ() କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ତଥା ଲଖିମପୁର ଖେରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର କୋର୍ଟରେ ଆତ୍ମସମର୍ପଣ କରିଛି। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଆଶୀଷର ଜାମିନ ଆବେଦନକୁ ଖାରଜ କରିଥିଲେ। ଏହାସହ ଏକ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅଭିଯୁକ୍ତ ଆଶିଷ ମିଶ୍ର ମାଜିଷ୍ଟ୍ରେଟଙ୍କ ଆଗରେ ଆତ୍ମସମର୍ପଣ କରିଛି।

ସୋମବାର ସୁପ୍ରିମ କୋର୍ଟ ଦେଇଥିବା ଡେଡ୍ ଲାଇନର ଶେଷ ତାରିଖ ଥିଲା। ଏହାର ଠିକ୍ ପୂର୍ବରୁ ରବିବାର ଆଶିଷ ମିଶ୍ର କୋର୍ଟରେ ଆତ୍ମସମର୍ପଣ କରିଛି। ଏହାପରେ ଅଭିଯୁକ୍ତକୁ ପୁଣି ଥରେ ଜେଲ ପଠାଯାଇଛି। ତେବେ ଆଶିଷ ମିଶ୍ର ଏପ୍ରିଲ ୨୫ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଲଖିମପୁର ଖେରୀରେ ୪ ଜଣ କୃଷକଙ୍କୁ ଗାଡି ଚଢାଇ ମାରିବା ଘଟଣାରେ ସୁପ୍ରିମ କୋର୍ଟଙ୍କ ତାଗିଦ ପରେ ଗିରଫ କରାଯାଇଥିଲା। ଏହାପରେ ଏସଆଇଟି ଆଶିଷ ମିଶ୍ର ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ସୁପାରିସ କରିଥିଲା। ଏହାସହ ଜାମିନକୁ ବିରୋଧ କରିଥିଲା। କିନ୍ତୁ ଚାରି ମାସ ଜେଲରେ ରହିବା ପରେ ଅଭିଯୁକ୍ତ ଆଶିଷ ମିଶ୍ରକୁ ହାଇକୋର୍ଟରୁ କିଛି ସର୍ତ୍ତ ସହ ଜାମିନ ପ୍ରଦାନ ମିଳିଥିଲା।

ଲଖିମପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଜାମିନ ଦିଆଯିବା ପରେ ଜୋରଦାର ବିରୋଧ କରାଯାଇଥିଲା। କୃଷକ ସଂଗଠନ ଗୁଡିକ ଏହି ରାୟକୁ ବିରୋଧ କରିବା ସହ ଜାମିନ ପ୍ରଦାନ ନିଷ୍ପତ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଅପିଲ କରିଥିଲେ। ଏହାସହ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଏପ୍ରିଲ ୧୮ରେ ସୁପ୍ରିମ କୋର୍ଟ ରାୟ ଶୁଣାଇ ଆଶିଷ ମିଶ୍ରର ଜାମିନକୁ ରଦ୍ଦ କରିବା ସହ ଏକ ସପ୍ତାହ ଭିତରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com