ଜାତୀୟ

ଘର ଭିତରେ ମରି ପଡ଼ିଛନ୍ତି ୬ ଜଣ : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ଜାମ୍ମୁ-କାଶ୍ମୀରରେ ସିଦ୍ଧ୍ରାଠାରେ ଏକ ଆବାସିକ ଘରୁ ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି। ସମସ୍ତ ମୃତ ଦେହକୁ ଉଦ୍ଧାର ପରେ ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।  ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ପଡ଼ୋଶୀଙ୍କ ଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକଙ୍କ ଶରୀରରୁ କୌଣସି ଗୁଳି ଚିହ୍ନ ମିଳିନି ।  ମୃତକମାନେ ହେଲେ ସାକିନା ବେଗମ୍, ତାଙ୍କର ଦୁଇ ଝିଅ ନାସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ ସଜାଦ ଅହମ୍ମଦ । ଗୋଟିଏ ରୁମରୁ ଦୁଇଟି ମୃତଦେହ ମିଳିଥିବା ବେଳେ ପାଖ ରୁମ୍‌ରୁ ଚାରିଟି ମୃତଦେହ ମିଳିଥିବା ପୋଲିସ୍‌ କହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ମଙ୍ଗଳବାର ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଚୋଟିପୋରା ଅଞ୍ଚଳରେ ଥିବା ଏକ ସେଓ ବଗିଚାରେ ଦୁଇଜଣ କାଶ୍ମୀରୀ ପଣ୍ଡିତଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି । ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com