Breaking Newsଜାତୀୟ

ଦୀର୍ଘବର୍ଷ ଧରି ବିଧବାଙ୍କୁ ୭ ଜଣ କରୁଥିଲେ ବଳାତ୍କାର

ଏଭଳି ଲୋମଟାଙ୍କୁରା ତଥା ଛାତିଥରା କଥା କେବେ ଶୁଣିନଥିବେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ଯୌନ ପିପାଷୁଙ୍କ ଶୀକାର ହେଉଥିଲେ ଜଣେ ବିଧବା । ବିଧବାଙ୍କ ଶରୀରକୁ ଝୁଣି ଖାଉଥିଲେ ୭ ଜଣ ଯୌନ ପିପାଷୁ । ପୀଡ଼ିତା ଜଣକ ବିଧବା ହୋଇଥିବାରୁ ଲୋକଲଜ୍ଜ୍ୟାକୁ ଆଖିଆଗରେ ରଖି ଚୁପ ରହୁଥିଲେ । ଅପରାଧୀଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ସାହସ ଜୁଟାଇବାକୁ ପାଇଁ ବିଧବାକୁ ଲାଗିଗଲା ୮ ବର୍ଷରୁ ଅଧିକ । ଶେଷରେ ଆଉ ସହି ନପାରି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ଜଣକ । ଏଭଳି ଏକ ଅମାନବୀୟ ତଥା ବର୍ବର କାଣ୍ଡ ଘଟିଛି ମହାରାଷ୍ଟ୍ରର ବିଡ୍‍ ଜିଲ୍ଲାରେ ।

ଏହି ଘଟଣା ସମ୍ପର୍କରେ ବିଡ୍‍ ପୁଲିସର ଜଣେ ଅଧିକାରୀ କହିଛନ୍ତି, ପୀଡିତାଙ୍କ ସହ ଏହି ଘଟଣା ୨୦୧୪ ମସିହାରେ ହୋଇଥିଲା । ଯେତେବେଳେ ସେ ୨୪ ବର୍ଷ ବୟସରେ ବିଧବା ହୋଇଥିଲେ । ବିଳମ୍ବିତ ରାତିରେ ଏକ ଅଟୋ ରିକ୍ସାରେ ସେ ଘରକୁ ଫେରିଥିଲେ । କିନ୍ତୁ ପରେ ଅଟୋରେ ପର୍ସ ଭୁଲିଯାଇଥିବା ଡ୍ରାଇଭର ଜଣକ ପୀଡିତାଙ୍କୁ ସୂଚନା ଦେଇଥିଲେ । ଏହାପରେ ଡ୍ରାଇଭର ଜଣକ ପର୍ସ ନେବାପାଇଁ ପୀଡ଼ିତାଙ୍କୁ ଘରକୁ ଡାକିଥିଲେ । କିନ୍ତୁ ବଳ ପୂର୍ବକ ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ । ଖାଲି ଏତିକି ନୁହେଁ ଏହାର ଭିଡିଓ କ୍ଲିପ ମଧ୍ୟ ଉତ୍ତୋଳନ କରିଥିଲେ । କିନ୍ତୁ ସେ ବିଧବା ହୋଇଥିବାରୁ ଲୋକ ଲଜ୍ଜ୍ୟାକୁ ଦୃଷ୍ଟିରେ ରଖି ଚୁପ ରହିଥିଲେ । ପରେ ଅଟୋ ଡ୍ରାଇଭର ଜଣଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏହା ପରେ ଅଟୋ ଡ୍ରାଇଭର ସନ୍ଦୀପ ପିଙ୍ଗଲେ ତାଙ୍କୁ ବିଭିନ୍ନ ସ୍ଥାନକୁ ଡକାଇ ବାରମ୍ବାର ବଳାତ୍କାର କରିଥିଲା ।

୨୦୧୫ ମସିହାରେ ପିଙ୍ଗଲେ ସେହି ଭିଡିଓ କ୍ଲିପକୁ ନିଜ ସମ୍ପର୍କୀୟ ଗୋରଖ ଇନଗୋଲ ଏବଂ ତାଙ୍କ ଭାଇ ବାଲାଜୀ ଇନଗୋଲଙ୍କ ନିକଟକୁ ପଠାଇଥିଲେ । ଏହି ଦୁଇ ଭାଇ ମଧ୍ୟ ବିଧବାଙ୍କୁ ବାରମ୍ବାର ଧମକ ଦେବା, ବ୍ଲାକମେଲ କରିବା ଏବଂ ବଳାତ୍କାର କରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ ୨୦୨୦ ମସିହାରେ ଗୋରଖ ଇନଗୋଲ ତାଙ୍କୁ ନିଜ ବାଇକରେ ବସେଇ ଏକ ବିଛିନ୍ନ ସ୍ଥାନକୁ ନେଇଥିଲେ ଯେଉଁଠି ଅନ୍ୟ ୪ ଜଣ ସାଙ୍ଗ ମିଶି ପୀଡିତାଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଧରି ଗଣ ଦୁଷ୍କର୍ମ କରିଥିଲେ ।

୨୦୨୧ ମସିହାରେ ପୀଡିତା ଗର୍ଭବତୀ ହେବାକଥା ଯେତେବେଳେ ଅପରାଧୀଙ୍କୁ ଜଣାଇଥିଲେ ସେତେବେଳେ ଗୋରଖ ତାଙ୍କୁ ଗର୍ଭପାତ କରିବା ପାଇଁ କହି ଏକ କ୍ଲିନିକକୁ ନେଇଥିଲେ । ଏହାପରେ ବିଧବା ଜଣକ ବିଡ୍‍ ଟାଉନ ଛାଡି ମଜଲଗାଓଁରେ ଥିବା ଏକ ରେଷ୍ଟୁରାଣ୍ଟରେ ମ୍ୟାନେଜର ଭାବେ କାମ କରୁଥିଲେ । କିନ୍ତୁ ସେଠାରେ ବି ବିଧବାଙ୍କ ପିଛା ଛାଡି ନଥିଲେ ଯୌନ ପିପାଷୁ ମାନେ । ଶେଷରେ ସେ ସାହସ ଜୁଟାଇ ମଜଲଗାଓଁ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ପୀଡିତାଙ୍କ ବୟାନ ରୋକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com