Breaking NewsFeaturedରାଜନୀତି

ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ନେଇ ସରଗରମ ରାଜନୀତି । ଏନେଇ ନୂଆ ନୂଆ ରଣନୀତି ତିଆରି କରୁଛନ୍ତି ବିରୋଧୀ କଂଗ୍ରେସ ଓ ଶାସକ ବିଜେପି । ଉଭୟଙ୍କ ଫୋକସରେ ରହିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ । ଏହି ତିନୋଟି ରାଜ୍ୟ ମଧ୍ୟରୁ ୨ଟି ବିଜେପି ବର୍ତମାନ କ୍ଷମତାରେ ନାହିଁ । ଏହାରି ଭିତରେ ମଧ୍ୟପ୍ରଦେଶରେ ୩୯ଜଣଙ୍କୁ ଟିକେଟ ଦେଇସାରିଛି ବିଜେପି । ଯାହାକୁ ନେଇ ଚର୍ଚ୍ଚା ଜୋର । କାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ବିଜେପିର ପରମ୍ପରା ରହି ଆସିଛି । କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ନିର୍ବଚନରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନି ଦଳ । କୁହାଯାଉଛି ଦୁଇ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଯେଉଁଠି ସିଏମ ଚେହେରା ବିନା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛି ବିଜେପି ।

ଗତ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ଏବଂ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ନିର୍ବାଦୀୟ ଚେହେରା ରହିଆସିଛନ୍ତି । ସେହିପରି ୨୦୦୩ ପରେ ବିଜେପିର ଆଭିମୁଖ୍ୟ ରମଣ ସିଂଙ୍କ ସହ ଅଛି । ଏହାରି ଭିତରେ ମଧ୍ୟ ପ୍ରଦେଶର ସିଏମ ପଦ ପାଇଁ ୩ ବଡ ଦାବିଦାର ନରେନ୍ଦ୍ର ସିଂ ତୋମାର, ବିଜୟ ବର୍ଗୀୟ ଓ ପ୍ରହଲ୍ଲାଦ ପଟେଲଙ୍କୁ ପ୍ରତିଦ୍ୱନ୍ଦି କରିଛି ଦଳ । ଯେଉଁଠି କି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଟିକେଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେହିଭଳି ରାଜସ୍ଥାନ ଓ ଛତିଶଗଡରେ ସମାନ ଫର୍ମୁଲା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି । ଅନୁମାନ କରାଯାଉଛି ଏହି ୨ରାଜ୍ୟରେ ବି ସିଏମ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବଡ ପ୍ରତିଯୋଗୀ । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବ୍ୟତୀତ ଅର୍ଜୁନ ରାମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖୱତ ଏବଂ ଓମ ମାଥୁର ସିମ ପଦବୀ ପାଇଁ ଲଢିପାରନ୍ତି । ସେହିଭଳି ଛତିଶଗଡରେ ରମଣ ସିଂଙ୍କ ସହ ସରୋଜ ପାଣ୍ଡେ, ଅରୁଣ ସାଓ ଓ ରାମବିଚାର ନେତମ ପ୍ରମୁଖ ପ୍ରତିଦ୍ୱନ୍ଦୀ ଅଟନ୍ତି । ତେବେ ଆରମ୍ଭରୁ ସିଏମ ଚେହେରାକୁ ନେଇ ରାଜନୀତି କରୁଥିବା ବିଜେପି କାହିଁକି ତିନୋଟି ରାଜ୍ୟରେ ଘୋଷଣା କରୁନାହିଁ । ଏହା ଉପରେ ଅଧିକ ଆଲୋଚନା କରାଯାଉଛି ।
ଶିବରାଜ ସିଂ ଚୌହ୍ୱାନ

୨୦୦୫ରେ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପି ରାଜନୀତିର ଦିଗ ବଦଳାଇଥିଲେ ଶିବରାଜ । ପରେ ୨୦୦୮ରେ ବସିଥିଲେ ଶାସନ ଗାଦିରେ । ଯଦିଓ ୨୦୧୮ରେ ବିଜେପିର ପରାଜୟ ନିଶ୍ଚିତ ଭାବରେ ଶିବରାଜଙ୍କ ଅସ୍ତିତ୍ୱକୁ ପ୍ରଭାବିତ କରିଥିଲା କିନ୍ତୁ ପରେ ସକ୍ରିୟ ହୋଇଥିଲେ ଶିବରାଜ । ୨୦୨୦ରେ ଅପରେସନ ଲୋଟସ୍ ପରେ ପୁଣଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ ସିଂ ଚୌହ୍ୱାନ । ତେବେ କର୍ଣ୍ଣାଟକ ପରାଜୟ ପରେ ଶିବରାଜଙ୍କ ଏକ ବୟାନ ଚର୍ଚ୍ଚାରେ ଥିଲା । ଆଉ ଏବେ ବିଜେପି ହାଇକମାଣ୍ଡଙ୍କ ନିଷ୍ପତି ଶିବରାଜଙ୍କ ଭବିଷ୍ୟତକୁ ନେଇ ବଢାଇ ଦେଇଛି ସସପେନ୍ସ ।

ରାଜସ୍ଥାନରେ ବସୁନ୍ଧରା ମଧ୍ୟ ୨ଥର ବିଜେପିକୁ କ୍ଷମତାକୁ ଆଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ମୁସ୍କିଲ ସମୟରେ ଗତି କରୁଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ୨୦୧୩ରେ ବସୁନ୍ଧରାଙ୍କୁ ସତାକୁ ଆଣିବା ପାଇଁ ପୁରା ତାକତ ଲଗାଇ ଦେଇଥିଲା ଦଳ । ଆଉ ୨୦୧୮ ପରେ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ୩୬୦ ଡିଗ୍ରୀ ୟୁଟର୍ଣ୍ଣ ନେଇଛି । ଗତ ନିର୍ବାଚନରେ ପରାଜୟ ପରେ ବସୁନ୍ଧରଙ୍କୁ ଦିଆଯାଇନଥିଲା କୌଣସି ରାଜ୍ୟର ଦାୟିତ୍ୱ । ଯହାକୁ ନେଇ ବସୁନ୍ଧର ବିଦ୍ରୋହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ରାଜସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ବସୁନ୍ଧରାଙ୍କ ରାଜନୀତିକୁ ଅସୁବିଧାରେ ପକାଇଛି ।

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଯଦିଓ ସକ୍ରିୟ ଅଛନ୍ତି କିନ୍ତୁ ତାଙ୍କର ଭୂମିକା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୨୦୧୮ରେ ହାରିଥିଲା ଦଳ । ଆଉ ଏହାପରେ ତାଙ୍କୁ ମଧ୍ୟ କୌଣସି ରାଜ୍ୟର ଦାୟିତ୍ୱ ଦେଇନଥିଲା ବିଜେପି । ତେଣୁ ଛତିଶଗଡରେ ବିଜେପି ହାଇକମାଣ୍ଡ ରମଣ ସିଂଙ୍କ ବଦଳରେ ଅନ୍ୟ ନେତାଙ୍କୁ ଆଗକୁ ଆଣିପାରନ୍ତି ବୋଲି କୁହାଯାଉଛି ।ତେଣୁ ଏସବୁ ଦୃଷ୍ଟିରୁ ବିଜେପି ସିଏମ ଚେହେରା ଘୋଷଣା କରୁନଥିବା ନେଇ ରାଜନୈତିକ ମହଲରେ ଆଲୋଚନା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com