Featuredଅନ୍ତର୍ଜାତୀୟଜାତୀୟ

ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ମୃତ୍ୟୁ

‘ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି’ ଆଉ ଏ ଦୁନିଆରେ ନାହାନ୍ତି । ଇରାନରେ ରହୁଥିବା ଆମୌ ହାଜୀ ସମଗ୍ର ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବେ ଚର୍ଚ୍ଚାକୁ ଆସିଥିଲେ । ମଙ୍ଗଳବାର ଦିନ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଅମୌ ଅର୍ଦ୍ଧ ଶତାବ୍ଦୀରୁ ବି ଅଧିକ ସମୟ ଧରି ଗାଧୋଇ ନ ଥିଲେ । କାହିଁକି ନା, ଅମୌ ହାଜୀଙ୍କୁ ଗାଧୋଇବା, ଧୁଆଧୋଇ ହେବା ଆଦୌ ପସନ୍ଦ ନ ଥିଲା । ସେ ଅବିବାହିତ ଥିଲେ । ରବିବାର ଇରାନର ଦକ୍ଷିଣ ପ୍ରାନ୍ତ ଫୋର୍ସର ଦେହଗାହ ଗାଁରେ ଅମୌ ହାଜୀଙ୍କ ନିଧନ ହୋଇ ଯାଇଛି । ରିପୋର୍ଟ ଅନୁସାରେ, ୬୭ ବର୍ଷ ଧରି ସେ ଗାଧୋଇନଥିଲେ । ଅମୌ ହାଜୀ ଅସୁସ୍ଥ ତଥା ରୋଗାକ୍ରାନ୍ତ ହୋଇଯିବା ଡରରେ ଗାଧୋଇବାଠୁ ଦୂରେଇ ରହୁଥିଲେ । ଏବେ ଲାଗୁଛି କି, ସେ ଯାହା ଭାବୁଥିଲେ ବୋଧହୁଏ ସତ । କିଛି ମାସ ତଳେ ହିଁ ଗ୍ରାମବାସୀ ତାଙ୍କୁ ଗାଧୋଇବା ପାଇଁ ବାଥରୁମ ନେଇ ଯାଇଥିଲେ । ଅମୌ ହାଜୀ ନିଜ ଖାଦ୍ୟରେ ଜୀବଜନ୍ତୁମାନଙ୍କର ପଚାସଢ଼ା ମାଂସ ଖାଇବାକୁ ପସନ୍ଦ କରୁଥିଲେ । ତାଙ୍କୁ ପାର୍କୁପାଇନ୍ର ମାଂସ ବହୁତ ପସନ୍ଦ ଥିଲା । ଏହାଛଡ଼ା ଅମୌ ଏକ ସାଥୀରେ ୫ ସିଗାଗେଟ୍ ଜାଳି ପିଉଥିଲେ । ଗାଧୋଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com