ଜାତୀୟ

୧୯ବର୍ଷରେ ଟିଫିନ୍ ବାକ୍ସ, ବେଡ୍‌ସିଟ୍‌ ନେଇ ଛାଡିଥିଲେ ଘର, ଆଜି ସବୁଠୁ ବଡ ଖଣି କମ୍ପାନୀର ମାଲିକ

ନୂଆଦିଲ୍ଲୀ() ୧୯ବର୍ଷର ଯୁବକ। ପାଖରେ ତାର ସେମିତି କିଛି ନଥିଲା।  କିନ୍ତୁ କିଛି ବଡ ଭାବି ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇ ମାୟାନଗରୀ। ପ୍ରତିଦିନ ଏଠାକୁ ଅନେକ ଲୋକ ଆସନ୍ତି। କିଛି ସ୍ବପ୍ନ ନେଇ। ମାୟାନଗରୀର ମାୟା ବି ନିଆରା। କେତେବେଳେ କିଏ ସଫଳତାର ଉଚ୍ଚ ସୋପାନରେ ପହଞ୍ଚିଯାଆନ୍ତି। ସେ କଥା କେହି କହିପାରନ୍ତି ନାହିଁ। ସେମିତି କିଛି ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ ଅନିଲ ଅଗ୍ରୱାଲ। କିନ୍ତୁ ସେତେବେଳେ କଣ ସେ ଜାଣିଥିଲେ, ଏମିତି ବଦଳିବ ତାଙ୍କ ଭାଗ୍ୟ। ତେବେ ତାଙ୍କ ପାଖରେ ସ୍ବପ୍ନ ଥିଲା, ନିଷ୍ଠାଓ ଆତ୍ମବିଶ୍ବାସ ଥିଲା, ଢେର ପରିଶ୍ରମ ବି।

ବିହାର ପାଟନାରେ ରହୁଥିବା ଅନିଲ ଜୀବନରେ କିଛି ବଡ କରିବାର ନିଷ୍ପତ୍ତି ନେଲେ। ସେଥିପାଇଁ ସେ ଘର ଛାଡି ମୁମ୍ବାଇ ଆସିଲେ। ୧୯୭୦ ମସିହାରେ ମାତ୍ର ୧୯ବର୍ଷ ବୟସରେ ସେ ଘର ଛାଡି ମୁମ୍ବାଇ ଆସିଥିଲେ। ଘର ଛାଡିବା ସମୟରେ ତାଙ୍କ ବ୍ୟାଗ୍‌ରେ ଥିଲା ଗୋଟେ ଟିଫିନ୍ ବାକ୍ସ, ଆଉଗୋଟେ ବେଡ୍‌ସିଟ୍‌ କିନ୍ତୁ ତାଙ୍କ ଆଖିରେ ଥିଲା ଆଖିଏ ସ୍ୱପ୍ନ ।

ନିଜ ସଫଳତା, ନିଜ ଜୀବନର କଥା କହିଛନ୍ତି ଅନିଲ୍‌ ଅଗ୍ରୱାନ। ଏନେଇ ଟ୍ବିଟ୍‌ କରି ଅନିଲ୍‌ ଲେଖିଛନ୍ତି, Agar aap majboot irade ke saath pehla kadam uthayenge, manzil milna tay hai।

ସେ ଅହୁରି ବି ଲେଖିଛନ୍ତି, ହଜାର ହଜାର  ଲୋକ ମୁମ୍ବାଇକୁ ତାଙ୍କ ସ୍ବପ୍ନ ପୂରଣ କରିବାକୁ ଆସନ୍ତି। ସେମାନଙ୍କ ମଧ୍ୟରୁ ମୁଁ ମଧ୍ୟ ଜଣେ। ବିହାରରୁ ଆସି ମୁମ୍ବାଇର ଆଇକନିକ ଭିକ୍ଟୋରିଆ ଟର୍ମିନସ ଷ୍ଟେସନରେ ପହଞ୍ଚିବା ପରେ ମତେ ସବୁ କିଛି ସ୍ବପ୍ନ ପରି ଲାଗୁଥିଲା। କଳା-ହଳଦିଆ ଟ୍ୟାକ୍ସି, ଡବଲ୍-ଡେକର୍ ବସ୍ ଏବଂ ଆଖି ଆଗରେ ମୁମ୍ବାଇର ବଡ ବଡ କୋଠା। ଏସବୁ ମୁଁ କେବଳ ସ୍ବପ୍ନରେ ଦେଖୁଥିଲି। ସେଦିନ ପ୍ରଥମଥର ବାସ୍ତବତାର ସାମ୍ନା କଲି ।

ବେଦାନ୍ତ ହେଉଛି ଏକ ଖଣି କମ୍ପାନୀ। ସ୍କ୍ରାପ୍ ଧାତୁ ଡିଲରସିପ୍ ଭାବରେ ମୁମ୍ବାଇରେ ପ୍ରତିଷ୍ଠିତ ଏହି ସଂସ୍ଥା। ଏହା ଆଜି ଭାରତର ସବୁଠୁ ବଡ ଖଣି କମ୍ପାନୀ। ଏହାର ମାଲିକ ଅନିଲ ଅଗ୍ରୱାଲ। ତାହାହିଁ ମତେ ଆଗକୁ ବଢିବାର ପ୍ରେରଣା ଦେଲା।

ଅନିଲ କୁହନ୍ତି, ଯେତେବେଳେ ମୁଁ ପ୍ରଥମ ଥର ବିମାନରେ ବସିଥିଲି ସେତେବେଳେ ମୁଁ ବିମାନ ଉଡୁଥିବା ପର୍ଯ୍ୟନ୍ତ ଚୁପ୍‌ ରହିଥିଲି। କାରଣ ମୁଁ ଇଂରାଜୀରେ ଗୋଟିଏ ଶବ୍ଦ ମଧ୍ୟ କଥା ହୋଇପାରୁନଥିଲି।

ବେଦାନ୍ତ ଖଣି କମ୍ପାନୀ ଅନେକ ଶିଳ୍ପ ସଂସ୍ଥାର ମାଲିକ। ଲଣ୍ଡନରେ ବଡ କାର୍ଯ୍ୟାଳୟ। ମୋଟ ସମ୍ପତ୍ତି ୩.୮ ବିଲିୟନ ଡଲାର।

ଟିଫିନ୍‌ ବାକ୍ସ ଓ ବେଡ୍‌ସିଟ୍‌ ସମ୍ଭଳରୁ ହଜାର ହଜାର କୋଟିର ମାଲିକ ଅନିଲ୍‌ ଅଗ୍ରୱାଲ। ତେବେ ରାତାରାତି ସେ ରକେଟ ପିଠିରେ ବସି ଧନ ଠୁଳ କରିନାହାନ୍ତି। ନିଷ୍ଠାର ସହ ପରିଶ୍ରମ କରିଛନ୍ତି। ସ୍ବପ୍ନକୁ ପୂରଣ କରିବାର କିଛି ବି ଅପସନ୍‌ ଛାଡିନାହାନ୍ତି। ଏହାହିଁ ତାଙ୍କୁ ସଫଳ କରିଛି, ଜିରୋରୁ କରିଛି ହିରୋ।

Related Articles

Back to top button
WP Twitter Auto Publish Powered By : XYZScripts.com