ଜାତୀୟ

ପୁଣି ସେନା-ଆତଙ୍କୀ ମୁହାଁମୁହିଁ: ଗୁଳି ବିନିମୟରେ ଜଣେ ଆତଙ୍କବାଦ ନିହତ

ଶ୍ରୀନଗର() ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ନଦୀଗାମରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ମଧ୍ୟରେ ଜଣେ ଆତଙ୍କୀ ଢେର ହୋଇଥିବା ସୂଚନା ମିଳିଛି । ଏହାପରେ ଘଟଣାସ୍ଥଳରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଏ ନେଇ ସୂଚନା ଦେଇଛନ୍ତି କଶ୍ମୀର ଆଇଜିପି ବିଜୟ କୁମାର ।
ସୂଚନା ଅନୁସାରେ, ସେଓ ବଗିଚାରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଢେର କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଭଗିଚାରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ଅପରେସନ । ତେବେ ପୁଲିସ, ସେନା ଏବଂ ସିଆରପିଏଫର ମିଳିତ ଅପରେସନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆତଭ୍କୀଙ୍କ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ସୁରକ୍ଷାକର୍ମୀ ମଧ୍ୟ ଦେଇଥିଲେ ଏହାର ପାଲଟା ଜବାବ । ଏହି ଗୁଳି ବିନିମୟ ମଧ୍ୟରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ମୃତ ଆତଙ୍କୀର ପରିଚୟ ଏଯାବତ ମିଳି ପାରି ନଥିବା ବେଳେ ଆହୁରି ଆତଭ୍କୀ ଏଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ତେଣୁ ଘଟଣାସ୍ଥଳରେ ,ବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା କର୍ମୀଙ୍କ ଟିମ ।

Related Articles

Back to top button
WP Twitter Auto Publish Powered By : XYZScripts.com